ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି : ସ୍ଥିତି ପରଖିବାକୁ ବୁଲିଲେ ୱାର୍ଡ଼ ମେମ୍ବର
ସମ୍ବଲପୁର, ୧୦ ଜୁଲାଇ(ହି.ସ.) – କ୍ରମାଗତ ଲଗାଣ ବର୍ଷାରେ ଅଂଚଳ ଜଳାର୍ଣ୍ଣବ ହେବା ଯୋଗୁଁ କେଉଁଠି ଚାଷବାସ ଉଜୁଡି ଯାଇଛି ତ କେଉଁଠି ଘର ଭାଙ୍ଗି ଯାଇଛି। ତେବେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ଼ ପଂଚାୟତର ୱାର୍ଡ଼ ମେମ୍ବର ତଥା ରାଜ୍ୟ ୱାର୍ଡ଼ ମେମ୍ବର ମହାସଂଘର ରାଜ୍ୟ ଉପସଭାପତି ସର
ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି : ସ୍ଥିତି ପରଖିବାକୁ ବୁଲିଲେ ୱାର୍ଡ଼ ମେମ୍ବର


ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି : ସ୍ଥିତି ପରଖିବାକୁ ବୁଲିଲେ ୱାର୍ଡ଼ ମେମ୍ବର


ସମ୍ବଲପୁର, ୧୦ ଜୁଲାଇ(ହି.ସ.) – କ୍ରମାଗତ ଲଗାଣ ବର୍ଷାରେ ଅଂଚଳ ଜଳାର୍ଣ୍ଣବ ହେବା ଯୋଗୁଁ କେଉଁଠି ଚାଷବାସ ଉଜୁଡି ଯାଇଛି ତ କେଉଁଠି ଘର ଭାଙ୍ଗି ଯାଇଛି। ତେବେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ଼ ପଂଚାୟତର ୱାର୍ଡ଼ ମେମ୍ବର ତଥା ରାଜ୍ୟ ୱାର୍ଡ଼ ମେମ୍ବର ମହାସଂଘର ରାଜ୍ୟ ଉପସଭାପତି ସରୋଜ ମେହେର ଝିପିଝିପି ବର୍ଷାକୁ ଖାତିରି ନକରି ନିଜ ୧୦ ନମ୍ବର ୱାର୍ଡ଼କୁ ଯାଇ ଘରକୁ ଘର ବୁଲି ଲୋକଙ୍କୁ ସେମାନଙ୍କର ଭଲମନ୍ଦ ପଚାରି ବୁଝୁଥିବା ଦେଖିବାକୁ ମିଳିଛି। ଚଳିତ ବାଦଲ ପଟା ବର୍ଷାରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଲୋକମାନଙ୍କ ଅସୁବିଧା ସମୟରେ ଜନତାଙ୍କର ଜନ ପ୍ରତିନିଧି ହିସାବରେ ନିଜର କର୍ତବ୍ୟ କରିବାରେ ସେ ଅବହେଳା କରିନାହାଁନ୍ତି। ବରଂ ବାଦଲ ଫଟା ବର୍ଷାରେ କେଉଁଠି ଘର ଭୁଶୁଡି ପଡିଛି ତ କେଉଁଠି ପାଣି ଘରେ ପଶିଯାଇଛି। ସବୁ କ୍ଷତିଗ୍ରସ୍ତଙ୍କ ପାଖରେ ପହଂଚି ଯଦି କାହାର କିଛି କ୍ଷୟକ୍ଷତି ହୋଇଛି ଏଥିନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି କ୍ଷତିପୂରଣର ଆଶ୍ୱାସନା ଦେଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷାରେ ୧୦ ୱାର୍ଡର ସନ୍ତୋଷ କୁମୁରାଙ୍କ ପୁରୁଣା ଘର ଭୁସୁଡ଼ି ପଡିଥିବା ବେଳେ ୱାର୍ଡ ମେମ୍ବର ତାଙ୍କୁ ସ୍ୱାନ୍ତନା ଦେବା ସହ ସହାନୁଭୂତି ପ୍ରକାଶ କରି କ୍ଷୟକ୍ଷତି ଆକଳନ କରିଥିବା ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande