ଆଜି ଆସିବେ ରାହୁଲ ଗାନ୍ଧୀ, ସୁରକ୍ଷାରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର, 11 ଜୁଲାଇ (ହି.ସ.) - କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଓଡିଶା ଆସିବେ। ରାହୁଲଙ୍କ ଓଡିଶା ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଭୁବନେଶ୍ୱର ଏୟାର ପୋର୍ଟରୁ ବରମୁଣ୍ଡା ପ
ଆଜି ଆସିବେ ରାହୁଲ ଗାନ୍ଧୀ, ସୁରକ୍ଷାରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ


ଭୁବନେଶ୍ୱର, 11 ଜୁଲାଇ (ହି.ସ.) - କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଓଡିଶା ଆସିବେ। ରାହୁଲଙ୍କ ଓଡିଶା ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଭୁବନେଶ୍ୱର ଏୟାର ପୋର୍ଟରୁ ବରମୁଣ୍ଡା ପଡିଆ, କଂଗ୍ରେସ ଭବନ ଓ ମେ ଫେୟାରରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ। ରାହୁଲ ଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମ ଲାଗି କିଛି ସମୟ ଟ୍ରାଫିକ କଟକଣା ରହିବ।

ସୂଚନାଯୋଗ୍ୟ ଯେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭୁବନେଶ୍ୱର ବରମୁଣ୍ଡା ପଡିଆରେ କଂଗ୍ରେସ ପକ୍ଷରୁ ଆୟୋଜିତ ସମ୍ବିଧାନ ବଂଚାଅ କାର୍ଯ୍ୟକ୍ରମରେ ରାହୁଲ ଯୋଗଦେବେ। ରାହୁଲଙ୍କ ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ପରେ ପିସିସି ଅଫିସରେ ଦଳର କିଛି ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ରାହୁଲ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande