ଭୁବନେଶ୍ୱର, 11 ଜୁଲାଇ (ହି.ସ.)
- ଆଜି ବି ଜାରି
ରହିଛି ଡ୍ରାଇଭର ମହାସଂଘର ଆନ୍ଦୋଳନ। ଏବେ ବି ବସ ଷ୍ଟପରେ ଲୋକେ ବସ୍ ଅପେକ୍ଷାରେ ରହିଛନ୍ତି ।
କୌଣସି ବସ ଆଜି ବି ଚାଲୁ ନାହିଁ। ଦୂର ଦୁରାନ୍ତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
ହେଉଛନ୍ତି। କେବେ ବସ ଚଳାଚଳ ସ୍ବାଭାବିକ ହେବ ତାକୁ ନେଇ ଚିନ୍ତାରେ ଲୋକେ ।
ସେପଟେ ଅନେକ ଡ୍ରାଇଭର ଆଜି
ବି ଅସନ୍ତୋଷ ଦେଖାଇଛନ୍ତି। ଗାଡି ନ ଚାଲିଲେ ଗାଡିର କିସ୍ତି ଦେଇ ହେଉନାହିଁ। ତେଣୁ ଗାଡି
ଚଳାଇବାକୁ ଅନେକ ଡ୍ରାଇଭର ଓ ମଲିକ ନିଷ୍ପତି ନେଇଛନ୍ତି। ଡ୍ରାଇଭର ସଂଘ ଦୁଇ ଫାଳ ହେବାର ଯଥେଷ୍ଟ
ସମ୍ଭାବନା ରହିଥିବାର ସ୍ପଷ୍ଟ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା