ବଲାଙ୍ଗିର, ୧୧ ଜୁଲାଇ (ହି.ସ.)- ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଆଜି ଆପ୍ ବଲାଙ୍ଗିର ଟିମ୍ ସମର୍ଥନ ଜଣାଇଛି ଏବଂ ବଲାଙ୍ଗିର ଜିଲ୍ଲାପାଳ ଅଫିସ ସାମ୍ନାରେ ବସିଥିବା ଡ୍ରାଇଭର ସଂଘ ଏବଂ ତାଙ୍କ ସଭାପତିଙ୍କ ସହିତ ଆପ୍ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ଆଲୋଚନା କରିଛନ୍ତି ଏବଂ ଶ୍ରୀ ପାଣ୍ଡେ କହିଛନ୍ତି ଡ୍ରାଇଭରମାନଙ୍କ ଆନ୍ଦୋଳନ ନ୍ୟାର୍ଯ୍ୟ ଦାବି ସରକାର ତାହା ପୁରଣ କରିବା ନିହାତି ଆବଶ୍ୟକ, କାରଣ ଡ୍ରାଇଭରମାନଙ୍କର ଗୋଟେ ରାଜ୍ୟ ବିକଶିତ ରାଜ୍ୟ ହେବାରେ ମୁଖ୍ୟ ଭୂମିକା, ଅବଦାନ ରହିଥାଏ । ଅନେକ ସମୟରେ ଡ୍ରାଇଭରମାନେ ବହୁତ ଗୁଡାଏ ହିଂସା ଏବଂ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି, ତେଣୁ ଡ୍ରାଇଭରମାନଙ୍କର ଏହି ୭ଟି ଦାବି ନ୍ୟାର୍ଯ୍ୟ ଦାବି ତାହା ସରକାର ପୁରଣ କରନ୍ତୁ, ଖାଲି ପ୍ରତିଶୃତି ଦିଅନ୍ତୁ ନାହିଁ ଡ୍ରାଇଭର ମହାସଂଘର ଏହି ଦାବି ଗୁଡାକ ଆଜିର ଦାବି ନୁହଁ ଏହି ଦାବି ବର୍ଷ ବର୍ଷ ଧରି ଚାଲିଛି । ବିଗତ ସରକାର ଯେମିତି ଠକିଲା ଏହି ସରକାର ମଧ୍ୟ ଠକି ପାର ହେବା ପାଇଁ ଚେଷ୍ଟା କରୁଛି । ଯେତିକି ସାଧାରଣ ଜନତାଙ୍କୁ ଠକି କି ବିଜେପି ସରକାର ଆସିଲା ତାହା ସମସ୍ତଙ୍କୁ ୩ ହଜାର ଭତ୍ତା ହେଉ କି ମାଗଣା ୩୦୦ ୟୁନିଟ ବିଜୁଳି ହେଉ କି ୨୪ ଘଣ୍ଟା ଭିତରେ ଚିଟଫଣ୍ଡ ଫେରସ୍ତ କରିବା କଥା ହେଉ ସବୁଥିରେ ଜନତାଙ୍କୁ ଲାଟକିନ୍ ଦେଖାଇଛି ସରକାର । ସେହିପରି ଡ୍ରାଇଭର ସଂଘକୁ ମଧ୍ୟ ଭୁଆଁ ବୁଲାଇ ଠକି ଚାଲିଛି ଭାରତୀୟ ଜନତା ପାର୍ଟିର ଓଡିଶା ସରକାର । ତେଣୁ ବଲାଙ୍ଗିର ଆମ ଆଦମୀ ପାର୍ଟି ସମ୍ପୁର୍ଣ୍ଣ ଭାବରେ ଡ୍ରାଇଭର ମହାସଂଘର ଏହି ଅନିର୍ଦ୍ଦିଷ୍ଟ ଆନ୍ଦୋଳନ ଏବଂ ତାଙ୍କର ୭ଟି ନ୍ୟାର୍ଯ୍ୟ ଦାବିକୁ ସମର୍ଥନ ଜଣାଉଛି । ସରକାର ଗୁମରାହା ନ କରିକି ଡ୍ରାଇଭର ସଂଘର ଦାବିକୁ ପୁରଣ କରନ୍ତୁ ନଚେତ ଆନ୍ଦୋଳନ ତୀବ୍ର ହେବ ।
ଏହି କାର୍ଯ୍ୟକ୍ରମରେ ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇବାରେ ଆପ ବଲାଙ୍ଗିରର ଯୁବ ମୋର୍ଚ୍ଚା ରମାକାନ୍ତ ବେହେରା, ଅମନ ମହାପାତ୍ର, ଅନ୍ତର୍ଯ୍ୟାମୀ ସାହୁ, ସୁନ୍ଦର ରାୟ, ରଞ୍ଜନ ସେଠ, କାହ୍ନୁ କରଣ, ବାଳକୃଷ୍ଣ ନୈକ, ସଦାଶିବ ମେହେର ପ୍ରମୁଖ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ