ସମ୍ବଲପୁର, ୧୧ ଜୁଲାଇ (ହି.ସ.)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ହାଡ଼ିପାଲି ସରକାରୀ ଗ୍ରାମ ଜଙ୍ଗଲ ଓ ବନ୍ୟ ପ୍ରାଣୀ ପଞ୍ଚାୟତ ବିଦ୍ୟାଳୟ ପରିସରରେ ଏହି ଅଞ୍ଚଳର ସ୍କୁଲ ସମୂହକୁ ନେଇ ବିଶ୍ଵ ଜନସଂଖ୍ୟା ଦିବସ ଓ ବନ ମହୋତ୍ସବ ଉପଲକ୍ଷେ ଜନସଂଖ୍ୟା ଅନୁପାତରେ ଜଙ୍ଗଲ ଓ ବନ୍ୟପ୍ରାଣୀ ବୃଦ୍ଧି ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କରୁଣାକର ଧନୱରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍ ତଥା ମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଣ ଓ ବନ୍ୟପ୍ରାଣୀ କିପରି ମାନବ ସମାଜର ବନ୍ଧୁ ତାହା ଉଲ୍ଲେଖ କରି ଉଭୟର ସଂଖ୍ୟା ବୃଦ୍ଧି ଓ ମଣିଷର ସଂଖ୍ୟା ହ୍ରାସ ପାଇଁ ଆହ୍ବାନ ଦେଇଥିଲେ । ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ ଓ ପୂର୍ବତନ ଫରେଷ୍ଟର ଶେଖର ବନମାଳୀ ନମଦେଓ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥି ଗଣ ପୂର୍ବରୁ ଆୟୋଜିତ ପରିବେଶକୁ ନେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସହକାରୀ ଶିକ୍ଷକ ଗୋପାଳ ନାଥଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବରିଷ୍ଠ ଶିକ୍ଷକ ପୌଲସ୍ତୀ କୁମାର ପଟେଲ ପ୍ରାରମ୍ଭିକ ସୂଚନା, ପୁନମ୍ ପ୍ରେମାଞ୍ଜଲି ଡ଼ାଙ୍ଗ ଅତିଥି ପରିଚୟ ଓ ପ୍ରାଥମିକ ଶିକ୍ଷୟିତ୍ରୀ ସବିତା ପଟେଲ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହା ପରେ ସ୍କୁଲ ପରିସରରେ ଭିଷ୍ମଦେବ ସାହୁ, ରେଖା ସିଂ ଓ ବିଜୟ ପଟେଲ ଙ୍କ ନେତୃତ୍ୱରେ ଅତିଥି ଓ ଛାତ୍ରଛାତ୍ରୀମାନେ ଶତାଧିକ ଚାରା ରୋପଣ କରିଥିଲେ ।ଏହା ପୂର୍ବରୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ