ଭୁବନେଶ୍ୱର,୧୧ ଜୁଲାଇ (ହି.ସ.) - ବାଂଲାଦେଶ ଦେଶରୁ ଅନେକ ଅନୁପ୍ରବେଶ କାରୀ ପଶ୍ଚିମବଙ୍ଗ ଦେଇ ଅନୁପ୍ରବେଶ କରୁଛନ୍ତି। ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଅନୁପ୍ରବେଶ କରୁଛନ୍ତି। ଯେଉଁ ହିନ୍ଦୁ ଶିଖ ବୌଦ୍ଧ, ପାର୍ସୀ , ଖ୍ରୀଷ୍ଟିଆନ ଯେଉଁମାନେ ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି ସେମାନଙ୍କୁ ଆଣିବା ପାଇଁ ଆଇନ ବି କରିଛୁ। କିନ୍ତୁ ଅନ୍ୟ ସମ୍ପ୍ରଦାୟର ଲୋକ ତୁମେ କାହିଁକି ଅନୁପ୍ରବେଶ କରି କି ଆସୁଛ। ସେମାନେ ଆସୁ ନାହାନ୍ତି ବରଂ ସେମାନଙ୍କୁ ଅଣା ଯାଉଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ମମତା ବାନାର୍ଜୀଙ୍କ ଟିଏମସି ଦଳ ସେମାନଙ୍କୁ ଆଣୁଛି ନିଜର ଭୋଟର କାୟା ବୃଦ୍ଧି କରିବା ପାଇଁ । ସେମାନଙ୍କୁ ରାସନ କାର୍ଡ ମଧ୍ୟ ଦେଉଛନ୍ତି ଓ ଆଧାର କାର୍ଡ କରୁଛି। ହିନ୍ଦୁ ମାନଙ୍କ ବିରୁଦ୍ଧରେ ଅପରାଧ କରାଉଛନ୍ତି। ଏମିତି ନ ହେଉ ପଶ୍ଚିମବଙ୍ଗ ରେ ମୂଳ ଭାରତୀୟ ନାଗରିକ ସେମାନେ ସଂଖ୍ୟା ଲଘୁ ହେଇ ନ ଯାଆନ୍ତୁ। ବେଙ୍ଗଲ ରେ ଟିଏମସି ସରକାର ଯାହା କରୁଛି ତାଙ୍କୁ ଭଗବାନ କି ଇତିହାସ କେବେ ବି କ୍ଷମା ଦେବେନି । ପଶ୍ଚିମବଙ୍ଗ ରେ ଆଜି ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ । ଯଦି ଆଜି ଆପଣ ବେଙ୍ଗଲ ଯିବେ ସୁରକ୍ଷିତ ଫେରିବେ କି ନାହିଁ ଠିକ ନାହିଁ । ଟିଏମସି ପ୍ରାୟୋଜିତ ଅନୁପ୍ରବେଶ କାରୀଆଣେ ଆତଙ୍କ ବାଦୀ କରୁଛନ୍ତି । ଆତଙ୍କବାଦୀ ତିଆରି ର ଏନ୍ତୁଡ଼ି ଶାଳ ପାଲଟିଛି ପଶ୍ଚିମବଙ୍ଗ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା