ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥାନ ଯାଞ୍ଚ ପାଇଁ ଆସିବ ସ୍ମାର୍ଟ-ଫୋନ୍ ଆଧାରିତ ଆପ୍
ଭୁବନେଶ୍ୱର, 11 ଜୁଲାଇ (ହି.ସ.)- ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥାନ ଯାଞ୍ଚ ପାଇଁ ସ୍ମାର୍ଟ-ଫୋନ୍ ଆଧାରିତ ଆପ୍ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏ ନେଇ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍
ସରକାରୀ କର୍ମଚାରୀ ଓ     ଅଧିକାରୀଙ୍କ ଉପସ୍ଥାନ ଯାଞ୍ଚ ପାଇଁ ଆସିବ ସ୍ମାର୍ଟ-ଫୋନ୍ ଆଧାରିତ ଆପ୍


ଭୁବନେଶ୍ୱର, 11 ଜୁଲାଇ (ହି.ସ.)- ସରକାରୀ

କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥାନ ଯାଞ୍ଚ ପାଇଁ ସ୍ମାର୍ଟ-ଫୋନ୍ ଆଧାରିତ ଆପ୍ ଆଣିବାକୁ

ଯାଉଛନ୍ତି ରାଜ୍ୟ ସରକାର । ଏ ନେଇ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି

ଲେଖିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକା । ଚିଠିରେ

କୁହାଯାଇଛି ଯେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ଚିହ୍ନଟ ପାଇଁ ଏକ

ସ୍ମାର୍ଟ-ଫୋନ୍ ଆଧାରିତ ଆପ୍ ୧ ଅଗଷ୍ଟ, ୨୦୨୫ ଠାରୁ ରାଜ୍ୟର ସମସ୍ତ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରିବାର

ପ୍ରସ୍ତାବ ରହିଛି । ଅଧିକାରୀ ଓ କର୍ମଚାରୀ ମାନେ ନିଜ ମୋବାଇଲ କି ଉଚ୍ଚ ପଦସ୍ତ ଅଧିକାରୀ ଙ୍କ

ମୋବାଇଲରେ ଉପସ୍ଥାପନ ଚିହ୍ନଟ କରିବାକୁ ଚାହୁଁଛନ୍ତି ୨୫ ଜୁଲାଇ ସୁଦ୍ଧା ସେମାନଙ୍କ ମତାମତ ଜଣାଇବାକୁ

ଚିଠି ଦ୍ୱାରା ଜଣା ଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande