ଜୟପୁର, ୧୧ ଜୁଲାଇ (ହି.ସ.) - ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଭାଗ ୍ୱାର୍ଡରେ ଗତ ସୋମବାର ରାତି ସାଢେ ୧୧ ଟା ସମୟରେ ୪ଜଣ ଦୁର୍ବୁତ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ୪ର୍ଥ ଶ୍ରେଣୀ କର୍ମଚାରିଙ୍କୁ ମାରପିଟ କରିବା ଓ ମହିଳା ନର୍ସଙ୍କୁ ଦୁଃବ୍ୟବହାର କରିଥିବା ନେଇ ଜୟପୁର ସଦରଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ପରେ ସଦର ପୁଲିସ ସିସିଟିଭି ଯାଂଚ କରି ଦୁର୍ବୁତ ମାନଙ୍କୁ ଚିହ୍ନଟ କରିବ ବୋଲି ସଦର ଥାନା ଅଧିକାରି ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ପୁଲିସ ସୂଚନା ଅନୁଯାୟୀ ଗତ ସୋମବାର ରାତି ସାଢେ ୧୧ଟା ସମୟରେ ଜଣେ ନାବାଳିକା ରୋଗୀ ଚିକିତ୍ସାଳୟକୁ ଆସିଥିଲେ। ଏହିପରି ଉପସ୍ଥିତ ନର୍ସ ମାନେ ସଂପୃକ୍ତା ନାବାଳିକା ରୋଗୀକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସାଲାଇନ ପ୍ରଦାନ କରିଥିଲେ। ହଠାତ ଜଣେ ଯୁବକ ମାତାଲ ଅବସ୍ଥାରେ ପହଁଚି ନାବାଳିକାଙ୍କ ସାଲାଇନ ବାହାର କରିବାକୁ ଲାଗିଥିଲା। ଏହିପରି ସୁରକ୍ଷାକର୍ମୀ ଦୁର୍ବୁତକୁ ଅଟକାଇ ବାହାରକୁ ଯିବାକୁ କହିଥିଲେ। ଦୁର୍ବୁତ ଜଣକୁ ବାହାରକୁ ଯାଇ ଅନ୍ୟ ୩ଜଣ ଦୁର୍ବୁତଙ୍କୁ ଡାକିଆଣିଥିଲେ। ୪ଜଣ ଦୁର୍ବୁତ ଡାକ୍ତରଖାନାରେ ଥିବା ନର୍ସ ଏବଂ ପିତବାସ ଚାଲାଣ ନାମକ ଜଣେ ୪ର୍ଥ ଶ୍ରେଣୀ କର୍ମଚାରିଙ୍କୁ ମାଡ ମାରିଥିଲେ। ସେଠାରେ ଦାୟୀତ୍ୱରେ ଥିବା ୩ଜଣ ନର୍ସଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏଥିନେଇ କର୍ମଚାରୀ ମାନେ ନିଜର ସୁରକ୍ଷା ପାଇଁ ଗତ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇବା ପରେ ଅଧିକ୍ଷକ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି