ସମ୍ବଲପୁର, ୧୧ ଜୁଲାଇ (ହି.ସ.) - ଆଗରୁ ବିଭିନ୍ନ ଗ୍ରାମାଂଚଳ ମାନଙ୍କରେ ବାଲ୍ୟରୁ ଯୁବପିଢି ସାତଗାଦି, କବାଡି, ବାଡ଼ିଡିଆଁ, ବାଘଛେଳି ଭଳି ଅନେକ ପ୍ରକାରର ଖେଳ ଖେଳି ଛୁଆମାନେ ବୁଦ୍ଧିବାନ ହେବା ସହ ଶାରୀରିକ ସୁସ୍ଥ ଓ ତାଜା ରହୁଥିଲେ । ମାତ୍ର ଏବେକାର ଅତ୍ୟାଧୁନିକ ମୋବାଇଲ ଯୁଗରେ ଅନେକ ବାଳକ ବାଳିକା ଏହି ସବୁ ଖେଳରୁ ଦୁରେଇ ଯାଇ ମୋବାଇଲରେ ଆସୁଥିବା ବିଭିନ୍ନ ଖେଳରେ ଘଂଟା ଘଂଟା ଧରି ନିମଜ୍ଜିତ ରହି ନିଜ ଭବିଷ୍ୟତକୁ ଅନ୍ଧାର ଆଡକୁ ନେଉଥିବା ଦେଖିବାକୁ ମିଳୁଛି ।
ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମାଂଚଳ ମାନଙ୍କରେ ବର୍ତମାନ ଦେଖିବାକୁ ମିଳୁଛି ସମସ୍ତ ବର୍ଗର ଛାତ୍ରଛାତ୍ରୀ ଓ ଯୁବପିଢ଼ି ମାନେ ପାଠଶାଳ ଓ ଘର କି ବାହାର କାର୍ଯ୍ୟରେ ଧ୍ୟାନ ନଦେଇ, ସକାଳୁ ଉଠିଲା କ୍ଷଣୀ ହାତରେ ମୋବାଇଲଟେ ଧରି ଫୋନ ମାଧ୍ୟମରେ ଆଖପାଖ ସମସ୍ତ ସାଙ୍ଗକୁ ଡକାଡାକି ହୋଇ ଏକାଠି ହେଉଛନ୍ତି । ନିର୍ଦ୍ଧିଷ୍ଟ ଏକ ସ୍ଥାନରେ ମୋବାଇଲ ଅନ୍ କରି ସମସ୍ତେ ଏକାସଙ୍ଗେ ଗୋଟିଏ ମେଳରେ ସମସ୍ତଙ୍କ ମୋବାଇଲରେ ଫ୍ରି-ଫାୟାର ଟିମ ଗଢି ସ୍ୱତନ୍ତ୍ର ଖେଳରେ ବ୍ୟସ୍ତ ରହୁଛନ୍ତି । ପୁଣି ସାନ୍ଧ୍ୟ ହେଲେ ସେହି ଫ୍ରି-ଫାୟାର ଖେଳ ଟିମ କୌଣସି ଏକ ଦୋକାନ ତଥା ନିଛାଟିଆ ଜାଗାରେ ଏମିତି ସେମାନେ ଉକ୍ତ ଗେମରେ ଖେଳ ପ୍ରତି ଧ୍ୟାନଦେଇ ରହୁଛନ୍ତି କ୍ଷ ସକାଳୁ ଆରମ୍ଭ କଲେ ଖେଳଟି କେତେବେଳେ ଶେଷ ହେଉଛି ସେମାନେ ସମୟ ମଧ୍ୟ ଜାଣି ପାରୁନାହାନ୍ତି । ସେମାନେ ଫ୍ରି-ଫାୟାର ଖେଳ ଖେଳି ଦିନ ପରେ ଦିନ ନଷ୍ଟ କରି ଚାଲିଛନ୍ତି। ଏମିତି କି ନିଜ ଘରର କୌଣସି କାର୍ଯ୍ୟ ବୁଝିବା ବା କରିବାର ସାମାନ୍ୟ ତମ ଇଛା ପ୍ରକାଶ କରୁନାହାନ୍ତି । ଛାତ୍ରମାନେ କେତେବେଳେ ସ୍କୁଲ ସମୟ ବିତିଯାଉଛି ସେମାନେ ଜାଣିନପାରି ସେମାନଙ୍କ ପାଠ ପଢାରେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ପରି ଭାବରେ ଗେମରେ ବ୍ୟସ୍ତ ରହୁଥିବାରୁ ଖାଇବା ସମୟ ମଧ୍ୟ୍ୟ ତାଙ୍କ ନଜରରେ ରହୁନି । ତେଣୁ ଏହି ମୋବାଇଲ ଫ୍ରି-ଫାୟାର ଗେମ ଟିମ ମାନେ ବା ଗାଁ ଗହଳୀର ପିଲାମାନଙ୍କ କେତେବେଳେ କଣ ହେବ ଓ ସେମାନଙ୍କର ଭବିଷ୍ୟତ କଣ ହେବ ଏହାଭାବି ଅଭିଭାବକ ମାନେ ଓ ବୁଦ୍ଧିଜୀବୀମାନେ ବର୍ତମାନ ପିଲାଙ୍କ ଭବିଷ୍ୟତ କୁ ନେଇ ବହୁ ଚିନ୍ତିତ । ଏଥିପ୍ରତି ସରକାର କିଛି ପ୍ରଶାସନିକ ମାଧ୍ୟମରେ ଏହି ମୋବାଇଲ ଫ୍ରିଫାୟାର ଗେମ ପ୍ରତି କିଛି ମାତ୍ରାରେ ରୋକ ଲଗାଇ ଯୁବପିଢ଼ି ଙ୍କୁ ଆୱାରନେସ ମାଧ୍ୟମରେ ଶିକ୍ଷାଦେଲେ ସେମାନଙ୍କ ଭବିଷ୍ୟତ ଠିକ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ତୁରନ୍ତ ସମାଧାନ ପାଇଁ ସରକାରଙ୍କୁ ଅଭିଭାବକ ମହଲରୁ ଦୃଷ୍ଟି ଆକର୍ଷଣ କରାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ