କେନ୍ଦୁଝର, 11 ଜୁଲାଇ (ହି.ସ.) ଦୀର୍ଘ କିଛି ଦିନ ହେବ ସହରରେ ବର୍ଷା ଛାଡ଼ିବାର ନା ନେଉନାହିଁ। ଏହା ଫଳରେ ସହରର ବିଭିନ୍ନ ଗଳି କନ୍ଦିରେ ପାଣି ଜମି ରହିଛି। ଫଳରେ ମଶାମାଛିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ପୌରପାଳିକା ନିରୁପାୟ ହୋଇ ପଡିଥିବା ଅଭିଯୋଗ ହେଉଛି। ପୌରପାଳିକା ପକ୍ଷରୁ ପ୍ରାୟତଃ ବିଭିନ୍ନ ୱାର୍ଡରେ ମଶା ତେଲ ହେଉକି ମଶା ଧୂଆଁ ଦିଆ ଯାଉନାହିଁ। ଏପରିକି ନାଳ ନର୍ଦ୍ଦମା ଗୁଡିକରେ ବ୍ଲିଚିଂ ମଧ୍ଯ ପକା ଯାଇନଥିବା ଅଭିଯୋଗ ହେଉଛି। ଏନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସ୍ୱଚ୍ଛ ସାଥୀ ମାନଙ୍କୁ ମାସତେଲ ଦିଆ ଯାଇଥିବା ବେଳେ ଗୋଟେ ମଶା ଧୂଆଁ ଗାଡି ବୁଲୁଥିବା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA