ଚଣ୍ଡିଗଡ଼, ୨୯ ଜୁନ୍ (ହି.ସ.)- ପଞ୍ଜାବର ଶାସନ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି (ଆପ୍) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅମୃତସର ଉତର ବିଧାନସଭା ଆସନର ବିଧାୟକ କୁନୱର ବିଜୟ ପ୍ରତାପ ସିଂହଙ୍କୁ ୫ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଛି । କୁନୱର ବିଜୟ ପ୍ରତାପ ସିଂହ ପଞ୍ଜାବ କ୍ୟାଡରର ପୂର୍ବତନ ଆଇପିଏସ ଅଧିକାରୀ ଅଟନ୍ତି । ସେ ତାଙ୍କ ସରକାରର କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ଥିଲେ । ବିକ୍ରମଜିତ ସିଂହ ମାଜିଥିଆଙ୍କ ଗିରଫଦାରୀ ପରେ, ଦଳ କୁନୱର ପ୍ରତାପଙ୍କ ବୟାନରେ କ୍ଷୁବ୍ଧ ହୋଇଥିଲା । ଅମୃତସର ଉତର ବିଧାନସଭା ଆସନର ବିଧାୟକ କୁନୱର ବିଜୟ ପ୍ରତାପ ସିଂହ ପଞ୍ଜାବ କ୍ୟାଡରର ଆଇପିଏସ ଅଧିକାରୀ ଥିଲେ । ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ ତାଙ୍କୁ ଆମ ଆଦମୀ ପାର୍ଟିରେ ସାମିଲ୍ କରିଥିଲେ । କୁନୱର ବିଜୟ ପ୍ରତାପ ସିଂହ ପଞ୍ଜାବରେ ବିଭିନ୍ନ ପଦବୀରେ ରହି ଅନେକ ବଡ଼ ମାମଲା ପର୍ଦ୍ଦାଫାସ କରି ଶିରୋନାମାରେ ରହିଥିଲେ । ୨୦୨୨ ମସିହାରେ ଅନୁଷ୍ଠିତ ନିର୍ବାଚନ ପୂର୍ବରୁ ସେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଆମ ଆଦମୀ ପାର୍ଟି ତାଙ୍କୁ ଅମୃତସର ଉତର ଆସନରୁ ପ୍ରାର୍ଥୀ କରିଥିଲା ଏବଂ ସେ ବିଜୟ ଲାଭ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ