ପାଟଣା, 29 ଜୁନ୍ (ହି.ସ.)- କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ ଖୁର୍ଶିଦ ରବିବାର
ପାଟନାରେ ପହଂଚିଛନ୍ତି । ସେଠାରେ ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ ସେ କହିଛନ୍ତି ଯେ,
ୱାକଫ
ଓ ସଂବିଧାନ – ଉଭୟକୁ ବଞ୍ଚାଇବା ଆବଶ୍ୟକ। ଆମ ଦେଶର ସାମ୍ପ୍ରଦାୟିକ ସଦ୍ଭାବ ଓ
ସଂବିଧାନିକ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ଏହା ଆବଶ୍ୟକ। ସେ କହିଛନ୍ତି ଯେ,
ସେ
ଆଜି ୱାକଫ ଆଇନ ବିରୋଧରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶ ନେବା ପାଇଁ ଏଠାକୁ ଆସିଛି ।
ସଲମାନ ଖୁର୍ଶିଦ ବିହାରରେ ଚାଲିଥିବା ମତଦାତା ତାଲିକା ପୁନଃ ନିରୀକ୍ଷଣ ବିଷୟରେ ମଧ୍ୟ
ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଏହି ମାମଲାରେ ସମସ୍ତ
ରାଜନୈତିକ ଦଳ ତାଙ୍କ-ତାଙ୍କ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିଶ୍ଚିତ ଭାବେ ଏହାକୁ ଗୁରୁତର ସହିତ
ଦେଖାଯିବା ଦରକାର, କାରଣ ମତଦାତା ତାଲିକାରେ
ଅନିୟମିତତା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ। ସେ କହିଛନ୍ତି ଯେ, ଦେଶ ଆଜି ଏମିତି ଏକ ମୋଡରେ ଠିଆ ହୋଇଛି, ଯେଉଁଠି ଆମେ ଦେଖିବା ଦରକାର ଯେ ଆମେ କେଉଁଠି ଅଛୁ ଓ କେଉଁ ଦିଗକୁ
ଯାଉଛୁ? ସେ କହିଛନ୍ତି ଯେ, ଆମେ ଝଗଡା ଓ ଲଢେଇ କରି ଆଗକୁ ନୁହେଁ, ପଛକୁ ହଟୁଛୁ।
ସଲମାନ ଖୁର୍ଶିଦ କହିଛନ୍ତି ଯେ, ସମସ୍ତ ବର୍ଗ ଓ ସମୁଦାୟଙ୍କ ଅଧିକାରର
ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ସେ ଏହା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ, ରାଜନୈତିକ ଦଳକୁ ଏକତାବଦ୍ଧ ହୋଇ ଦେଶର
ସଂବିଧାନିକ ମୂଲ୍ୟବୋଧର ସୁରକ୍ଷା କରିବା ଉଚିତ, ଯାହାଦ୍ୱାରା ଭାରତ ବିକାଶର ପଥରେ ନିରନ୍ତର ଆଗେଇ ବଢ଼ିପାରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା