ଭୁବନେଶ୍ୱର, 3 ଜୁନ୍ (ହି.ସ.)- ନୟାଗଡ଼ରେ
ବେଆଇନ ବନ୍ଧୁକ ଓ ଗୁଳି ରଖିବା ଅଭିଯୋଗରେ ବିଜେଡ଼ି ନେତା ଅଟକ ରହିଥିବା ସୂଚନା ମିଳିଛି l ଦଶପଲ୍ଲା ଥାନା
ଡିହଗାଁ ପଞ୍ଚାୟତର ପୂର୍ବତନ ସରପଂଚଙ୍କ
ସ୍ବାମୀ ତଥା ବିଜେଡ଼ି ନେତା ଫକୀର ମୋହନ ଦଳେଇ
ଅଟକ ସୂଚନା ମିଳିଛି l ଫକୀରଙ୍କ ସହ ସହ ତାଙ୍କ ଶଳା ଏବଂ ଶଶୁର ଓ ୩ଜଣଙ୍କୁ ରାତି ଅଧରେ ଉଠାଇ ଆଣି ଦଶପଲ୍ଲା ଥାନା ରେ
ଅଟକ ରଖିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ l ବର୍ତ୍ତମାନ ସୁଦ୍ଧା ଫକୀରଙ୍କ ଘରୁ ବନ୍ଧୁକ,ଗୁଳି, ଜବତ କରାଯାଇଥିବା ସୂଚନା
ମିଳିଛି । ତଦନ୍ତ ଜାରି ରହିଛି ,ଫକୀର ଜଣେ ବିଜେଡିର ଟାଣୁଆ ନେତା ହୋଇଥିବା ବେଳେ ଆହୁରି ଅନେକ
ବିସ୍ପୋରକ ସାମଗ୍ରୀ ମିଳିପାରେ ବୋଲି ସନ୍ଦେହ କରାଯାଉଛି ଏବଂ ଥାନାରେ ଅଟକ ରଖି ପଚରା ଉଚୁରା
କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା