ଭୁବନେଶ୍ୱର, 3 ଜୁନ୍ (ହି.ସ.)-ଓଡିଶାର
ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ମଙ୍ଗଳବାର ଦେଶର ବରିଷ୍ଠ ସମାଜବାଦୀ ନେତା ଏବଂ ପୂର୍ବ
କେନ୍ଦ୍ରୀୟ ମନ୍ତ୍ରୀ, ପଦ୍ମ ବିଭୂଷଣ ଶ୍ରୀ
ଜର୍ଜ ଫର୍ନାଣ୍ଡିଜଙ୍କ ଜନ୍ମଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ ଶ୍ରୀ
ଫର୍ନାଣ୍ଡିଜଙ୍କୁ ଜଣେ ଚିନ୍ତାଶୀଳ ରାଜନେତା ଓ ନିର୍ଭୀକ ଗଣତନ୍ତ୍ର ସେନାନୀ ବୋଲି
ବର୍ଣ୍ଣନା କରି ତାଙ୍କର ଅବଦାନକୁ ଦେଶର ରାଜନୈତିକ ଧାରାକୁ ଦିଗନିର୍ଦେଶ ଦେଇଥିବା ବୋଲି
କହିଛନ୍ତି।
ସୋସିଆଲ ମିଡିଆରେ ଜାରି
କରାଯାଇଥିବା ନିଜ ବାର୍ତ୍ତାରେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି, “ଗଣତନ୍ତ୍ର ପ୍ରତି ତାଙ୍କର ଅfbଟ ପ୍ରତିବଦ୍ଧତା ଓ ନିର୍ଭୀକ ନେତୃତ୍ୱ ଭାରତୀୟ ରାଜନୀତିକୁ ଏକ ନୂଆ
ଆକାର ଦେଇଥିଲା। ଜରୁରୀକାଳୀନ ସମୟରେ ତାଙ୍କ ଦୃଢ଼ ସଂଘର୍ଷ ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ
ନିର୍ଣ୍ଣାୟକ ଅଧ୍ୟାୟ ଥିଲା, ଯାହା ପ୍ରତି ପିଢିକୁ ଗଣତନ୍ତ୍ରିକ ମୂଲ୍ୟବୋଧ ରକ୍ଷା
ପାଇଁ ପ୍ରେରଣା ଦେଇଛି।”
ସେ କହିଛନ୍ତି ଯେ, ଶ୍ରୀ ଫର୍ନାଣ୍ଡିଜ ଜଣେ ପ୍ରଖର ଚିନ୍ତକ ଓ କର୍ମଠ ନେତା ହେବା ସହିତ ସହିତ ଶ୍ରମିକ ଅଧିକାର, ସୁଶାସନ ଓ ଜାତୀୟ ସୁରକ୍ଷା ପ୍ରତି ମଧ୍ୟ ସଚେତନ ପ୍ରହରୀ ଥିଲେ। ରକ୍ଷାମନ୍ତ୍ରୀ ଭାବରେ
ତାଙ୍କର କାର୍ଯ୍ୟକାଳ ଓ କାର୍ଗିଲ୍ ଯୁଦ୍ଧ ସମୟରେ ତାଙ୍କ ନେତୃତ୍ୱକୁ ଦେଶ ସର୍ବଦା ସ୍ମରଣ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା