ଭୁବନେଶ୍ୱର, 3 ଜୁନ୍ (ହି.ସ.)- ମାର୍କେଣ୍ଡେଶ୍ୱର ସାହିରେ ସର୍ବମଙ୍ଗଳ ପୁସ୍ତକାଳୟ ପରିଦର୍ଶନ
କରିଛନ୍ତି ସାଂସଦ ସମ୍ବିତ ପାତ୍ର । ଏହି ଅବସରରେ ସେ ସର୍ବମଙ୍ଗଳ ପାଠାଗାରର ପୁନଃନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସାଂସଦ ପାଣ୍ଠିରୁ ମଞ୍ଜୁର ହୋଇଥିବା 5 ଲକ୍ଷ ଟଙ୍କା ବ୍ୟୟରେ ଏହି ପାଠାଗାର ପୁନଃନିର୍ମାଣ କରାଯାଉଛି,
ଯାହା ଆଗାମୀ ପିଢ଼ି ପାଇଁ ଜ୍ଞାନର ଏକ ସମୃଦ୍ଧ ସ୍ଥାନ
ଭାବରେ ବିକଶିତ ହେବ ବୋଲି ସାଂସଦ କହିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା