ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣାର ଭିଡିଓ ଭାଇରାଲ, 3 ଦୁର୍ବୃତ୍ତ ଗିରଫ
ଭୁବନେଶ୍ୱର, 4 ଜୁନ୍ (ହି.ସ.) - ଥାନା ଆଗରେ ମୟୂରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀଙ୍କୁ ସଂଘବଦ୍ଧ ଆକ୍ରମଣର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ତହସିଲଦାରଙ୍କ ଗାଡ଼ିକୁ ଟେକା ପଥର ମାଡ଼ ମରାଯାଉଛି । ୧୦ରୁ ଅଧିକ ମାଫିଆ ସଂଘବଦ୍ଧ ଭାବେ କରୁଛନ୍ତି ଆକ୍ରମଣ । ଗାଡ
ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଘଟଣାର ଭିଡିଓ ଭାଇରାଲ, 3 ଦୁର୍ବୃତ୍ତ ଗିରଫ


ଭୁବନେଶ୍ୱର, 4 ଜୁନ୍ (ହି.ସ.)

- ଥାନା ଆଗରେ ମୟୂରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀଙ୍କୁ ସଂଘବଦ୍ଧ

ଆକ୍ରମଣର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ତହସିଲଦାରଙ୍କ ଗାଡ଼ିକୁ ଟେକା ପଥର ମାଡ଼

ମରାଯାଉଛି । ୧୦ରୁ ଅଧିକ ମାଫିଆ ସଂଘବଦ୍ଧ ଭାବେ କରୁଛନ୍ତି ଆକ୍ରମଣ । ଗାଡ଼ିରୁ ତହସିଲାଦାର

ବାହାରିବା ବେଳେ ବି ଆକ୍ରମଣ ହେଉଛି ।

ଅନ୍ୟପଟେ ଏହି ଘଟଣାରେ ୩ ବାଲି ମାଫିଆଙ୍କୁ ଗିରଫ କରିଛି ପୁଲିସ। ଗିରଫ ୩ ଜଣ ହେଲେ

କପ୍ତିପଦା ଅଞ୍ଚଳର ଆକାଶ ନାୟକ, ମାନସ କୁମାର ପୁହାଣ ଓ ରଜତ କୁମାର

ମହାନ୍ତି। ମରଣାନ୍ତକ ଆକ୍ରମଣ ଘଟଣାର ୨ ଦିନ ପରେ ଏହି ୩ ଜଣଙ୍କୁ ପୁଲିସ ଗିରଫ କରି ପଚରାଉଚରା

କରିଛି।

ଏଠାରେ ସୂଚନା ଅନୁସାରେ, କପ୍ତିପଦା ଥାନା ଅଞ୍ଚଳରେ ଥିବା ଏକାଧିକ

ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ନେଇ

କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀ ଖବର ପାଇଥିଲେ। ସେ ନିଜ କାର୍‌ ଯୋଗେ

ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ଅନ୍ୟ କର୍ମଚାରୀଙ୍କ ସହ ଚଢ଼ଉ ପାଇଁ ଯାଇଥାଆନ୍ତେ।

ହେଲେ ସେ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ହଠାତ୍‌ ୨୦ରୁ ୨୫ ଜଣ ଲୋକ ତାଙ୍କ କାର୍‌କୁ ଘେରିଯାଇ

ଗାଳିଗୁଲଜ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande