ଭୁବନେଶ୍ୱର, 4 ଜୁନ୍ (ହି.ସ.)- ରାଜ୍ୟସ୍ତରୀୟ ୨ ଦିନିଆ ରାଜସ୍ବ ଅଧିକାରୀଙ୍କ କର୍ମଶାଳା ଆରମ୍ଭ ହୋଇଛି । ଲୋକସେବା
ଭବନରେ କର୍ମଶାଳାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କହିଛନ୍ତି ଯେ, ଲଘୁ ଖଣିଜ ଦ୍ରବ୍ୟ ପରିଚାଳନା ଖଣି ବିଭାଗକୁ ଯିବା ପରେ ମଧ୍ୟ ବନ୍ଦ ହେଉନି ବାଲି
ଚୋରା ଚାଲାଣ ।
ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଲଘୁ ଖଣିଜ ଦ୍ରବ୍ୟର
ପରିଚାଳନା ଭାର ରାଜସ୍ୱ ବିଭାଗ ପାଖରୁ ଖଣି ଓ ଇସ୍ପାତ ବିଭାଗ ପାଖକୁ ଯାଇଛି । କିନ୍ତୁ ତଥାପି
ବି ବାଲି ଚୋରା ଚାଲାଣ ବନ୍ଦ ହେଉନଥିବା ଦେଖା ଯାଉଛି । ଯଦି ଆଗକୁ ପୁଣି ରାଜସ୍ୱ ବିଭାଗର
ଅଧିକାରୀମାନଙ୍କୁ ଲଘୁ ଖଣିଜ ଦ୍ରବ୍ୟର ପରିଚାଳନା
ଦାୟିତ୍ବ ଦିଆଯାଏ ତାକୁ ସୁଚାରୁ ରୁପେ କରି ବୋଲି ମୋର ଆଶା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା