ଜୁନ ୩୦ ସୁଦ୍ଧା ସମସ୍ତ ଡ୍ରେନ ସଫା ହେବ- ମେୟର
ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଅସରାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ, ରାଜଧାନୀରେ ୧୭ ଟି ଜାଗାରେ ଜମିବ ପାଣି। ଗତ ବର୍ଷ ଅପେକ୍ଷା ସମ୍ବେଦନଶୀଳ ଅଞ୍ଚଳ ଅନେକ କମିଛି। ପୂର୍ବରୁ ୭୧ଟି ଥିବ
ଜୁନ ୩୦ ସୁଦ୍ଧା ସମସ୍ତ ଡ୍ରେନ ସଫା ହେବ- ମେୟର


ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଅସରାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ନେଇ ପ୍ରତିକ୍ରିୟା

ରଖିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ, ରାଜଧାନୀରେ ୧୭ ଟି ଜାଗାରେ ଜମିବ

ପାଣି।

ଗତ ବର୍ଷ ଅପେକ୍ଷା ସମ୍ବେଦନଶୀଳ ଅଞ୍ଚଳ ଅନେକ କମିଛି। ପୂର୍ବରୁ ୭୧ଟି ଥିବା ବେଳେ ଏବର୍ଷ

ଏହାକୁ ୧୭କୁ ଅଣାଯାଇଛି। ମୁଖ୍ୟ ନାଳ ସହ ଛୋଟ ଡ୍ରେନକୁ ସଫା କରାଯାଉଛି। ଜୁନ ୩୦ ସୁଦ୍ଧା ସମସ୍ତ

ଡ୍ରେନ ସଫା ହେବ। ଅତ୍ୟଧିକ ବର୍ଷା ହେଲେ କିଛି ଜାଗାରେ ପାଣି ଜମିବ। ଏହା ପାଇଁ ମଧ୍ୟ ବିଏମସି

ପ୍ରସ୍ତୁତ ହେଉଛି। ଦୟା ଓ ଗଙ୍ଗୁଆ ସଫେଇ ପାଇଁ କୁହାଯାଇଛି ବୋଲି ମେୟର ସୁଲୋଚନା ଦାସ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande