ଭୁବନେଶ୍ୱର, 4 ଜୁନ୍ (ହି.ସ.)
- କାଲିଠୁ ବିଏମସିରେ ସପ୍ତାହକୁ ଦୁଇ ଦିନ ଡ୍ରାଏ ଡେ। ଡେଙ୍ଗୁ
ମୁକାବିଲା ପାଇଁ ସପ୍ତାହକୁ ଦୁଇ ଦିନ ଡ୍ରାଏ ଡେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଏମସି।
କାଲିଠାରୁ ସହରରେ ଟାୟାର ଲିପ୍ଟି ଆରମ୍ଭ ହେବ। ମଶା ତେଲ ସିଞ୍ଚନ ପାଇଁ ଅତିରିକ୍ତ ୭୦ ଜଣ
କର୍ମଚାରୀଙ୍କୁ ୬ ମାସ ପାଇଁ ନିଯୁକ୍ତ କରିଛି ବିଏମସି। ପ୍ରତ୍ୟେକ ସଫେଇ ଗାଡିରେ ସଚେତନତା
ବାର୍ତ୍ତା ସହ ଟ୍ରାଫିକ ପୋଷ୍ଟରେ ବି ସଚେତନ କରାଯିବାକୁ କହିଛି ବିଏମସି। ଏହା ସହ କର୍ପୋରେଟର
ମାନଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦେବ ବିଏମସି। ଗତବର୍ଷ ଡେଙ୍ଗୁ ଚିହ୍ନଟ ହୋଇଥିବା ଅଞ୍ଚଳ ଗୁଡିକ
ଉପରେ ସ୍ବତନ୍ତ୍ର ନଜର ରଖିଛି ବିଏମସି ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା