ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଂଜେକସନ ଯୋଗୁ ମୃତ୍ୟୁ ଘଟଣା, ତଦନ୍ତ ପାଇଁ 5ଜଣିଆ ଟିମ୍ ଗଠନ
ଭୁବନେଶ୍ୱର, 4 ଜୁନ୍ (ହି.ସ.)- ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ଇଞ୍ଜେକସନ ମୃତ୍ୟୁ ଘଟଣା। ଆଜି ସକାଳେ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ହେବା ପରେ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍‍ ଯାଉଥିବା ଡିଏମଇଟି ସୂଚନା ଦେଇଛନ୍ତି । ୫ଜଣିଆ ଟିମ୍‍ ଗଠନ କରାଯାଇ ଯାଞ୍ଚ କରାଯିବ ବୋଲ
ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭୁଲ ଇଂଜେକସନ ଯୋଗୁ ମୃତ୍ୟୁ ଘଟଣା, ତଦନ୍ତ ପାଇଁ     5ଜଣିଆ ଟିମ୍ ଗଠନ


ଭୁବନେଶ୍ୱର, 4 ଜୁନ୍ (ହି.ସ.)- ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ

କଲେଜ୍ ଇଞ୍ଜେକସନ ମୃତ୍ୟୁ ଘଟଣା। ଆଜି ସକାଳେ ଆଉ

ଜଣେ ରୋଗୀଙ୍କ ମୃତ୍ୟୁ ହେବା ପରେ ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ୍‍ ଯାଉଥିବା ଡିଏମଇଟି ସୂଚନା

ଦେଇଛନ୍ତି । ୫ଜଣିଆ ଟିମ୍‍ ଗଠନ କରାଯାଇ ଯାଞ୍ଚ କରାଯିବ ବୋଲି ଡିଏମଇଟି କହିଛନ୍ତି । ଟିମରେ

ବ୍ରହ୍ମପୁର ଏମକେସିଜିରୁ ୩ଜଣ ଓ ଏସସିବିରୁ ୨ଜଣିଆ ଟିମ୍‍ ସାମିଲ ହୋଇଛନ୍ତି । ମୃତଦେହ ଗୁଡିକର

ଆଜି ବ୍ୟବଚ୍ଛେଦ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଡିଏମଇଟି ନିର୍ଦ୍ଦେଶକ ସନ୍ତୋଷ

ମିଶ୍ର କହିଛନ୍ତି ।

ସେପଟେ ଭୁଲ ଇଞ୍ଜେକସନ ଯୋଗୁ ରୋଗୀ ମୃତ୍ୟୁ ଖବରକୁ ଖଣ୍ଡନ ହସ୍ପିଟାଲ ପକ୍ଷରୁ ଖଣ୍ଡନ

କରାଯାଇଛି । ସେଠାର ଡାକ୍ତର କହୁଛନ୍ତି ଯେ କିଛି ଅଲଗା ଇଞ୍ଜେକସନ ଦିଆଯାଇନି । ଅଲଗା ଔଷଧ ବି

ଦିଆଯାଇନି । ଆଇସିୟୁରେ ତିନି ରୋଗୀ ଓ ବାକି ୱାର୍ଡରେ ଥିଲେ । ନମୁନା ସଂଗ୍ରହ କରି ପରୀକ୍ଷା

ପାଇଁ ଟିମ ସେଠାରେ ପହଂଚି ନିଷ୍ପତ୍ତି ନେବେ । ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ

କୁହାଯାଇଛି ବୋଲି ଡିଏମଇଟି ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ, ନର୍ସ ଭୁଲ ଇଞ୍ଜେକସନ ଦେଇଥିବାରୁ ଗୋଟିଏ ରାତିରେ ୫ଜଣ ରୋଗୀଙ୍କ

ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଆଇସିୟୁରେ ୩ଜଣ ଏବଂ ୱାର୍ଡରେ ୨ରୋଗୀଙ୍କ ମୃତ୍ୟୁ ହୋଇଥିବା

ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande