କନ୍ଧମାଳ, ୧ ଜୁଲାଇ (ହି.ସ.)- କନ୍ଧମାଳ ଜିଲାରୁ ଯୋଗଦେଲେ ୩ ବୁଥ ସ୍ତରୀୟ ଅଧିକାରୀ/ ପର୍ଯ୍ୟବେକ୍ଷକ ୫ ଶହ ଜଣ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗ ୨ ଦିନିଆ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (ଡିଇଏମ୍)ରେ ବୁଥ ସ୍ତରୀୟ ଅଧିକାରୀ (ବିଏଲ୍ଓ)/ ପର୍ଯ୍ୟବେକ୍ଷକଙ୍କ ପାଇଁ ତ୍ରୟୋଦଶ ବ୍ୟାଚର ତାଲିମ ଆରମ୍ଭ ହୋଇଛି। ଭାରତର ମୁଖ୍ୟ କମିଶନର ଜ୍ଞାନେଶ କୁମାର ୫୦୦ ଜଣ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଶାରୁ ୫୩ ଜଣ ଏଥିରେ ଭାଗ ନେଇଛନ୍ତି। କନ୍ଧମାଳ ଜିଲ୍ଲାରୁ ଉକ୍ତ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମରେ ସିମାଞ୍ଚଳ ମୁଖୀ, ଶିକ୍ଷକ (ବିଏଲ୍ଓ ପର୍ଯ୍ୟବେକ୍ଷକ), ମାନସ କୁମାର ସାହୁ, ଶିକ୍ଷକ (ବିଏଲ୍ଓ ପର୍ଯ୍ୟବେକ୍ଷକ), ଦିବାସ ପ୍ରଧାନ, ଶିକ୍ଷକ (ବିଏଲ୍ଓ ପର୍ଯ୍ୟବେକ୍ଷକ)ଯୋଗ ଦେଇଥିବା ଆସିଷ୍ଟାଣ୍ଟ କଲେକ୍ଟର, ଇଲେକ୍ସନ ସେକ୍ସନ କୁମୁଦିନୀ ମଲ୍ଲିକ ସୂଚନା ଦେଇଛନ୍ତି।
ଉଦ୍ଘାଟନୀ ଭାଷଣରେ, ମୁଖ୍ୟ ର୍ନିବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ଭୋଟର ତାଲିକା ଓ ନିର୍ବାଚନ ପ୍ରସ୍ତୁତି କଡ଼ାକଡ଼ି, ଲୋକ ପ୍ରତିନିଧିତ୍ଵ ଆଇନ ୧୯୫୦, ୧୯୫୧, ଭୋଟର ପଞ୍ଜିକରଣ ନିୟମ ୧୯୬୦, ନିର୍ବାଚନ ଆଚରଣ ନିୟମ ୧୯୬୧ ଏବଂ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ କରିବା ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଜରୁରୀ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ