ଜୟପୁର, ୧ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚିନ୍ କୁମାର ମଲ୍ଲିକ ଚାକିରିରୁ ଅବସର ଗ୍ରହଣ କରିଛନ୍ତି ତତ୍ ସହିତ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରେ କାର୍ଯ୍ୟରତ ୩ ଜଣ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଛନ୍ତି I ବିଭିନ୍ନ ସଂଗଠନ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା I ଅପରପକ୍ଷରେ ବୋରିଗୁମ୍ମା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଅବସରପ୍ରାପ୍ତ ୩ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା I ଉକ୍ତ ସଭାରେ ବରିଷ୍ଠ ଶିକ୍ଷକ ମନୋଜ କୁମାର ବିଶୋୟୀ ସଭାପତିତ୍ବ କରିଥିବା ବେଳେ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ସଭାପତି ଶଶୀ ଭୂଷଣ ଦାସ, ବୋରିଗୁମ୍ମା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, କୁମୁଲି ସଭାପତି ରମାକାନ୍ତ ମହାପାତ୍ର, ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସଚିନ୍ କୁମାର ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀ ମତି ସି ଏଚ୍ ଲକ୍ଷ୍ମୀ, ଶ୍ରୀମତି ପୁଷ୍ପଲତା ମହାରଣା ଓ ଶ୍ରୀମତି ମନୋରମା ମିଶ୍ର ମଞ୍ଚାସୀନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ଶ୍ରୀ ଦାଶ୍ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ନିଜର ଅଭିଭାଷଣରେ ଶ୍ରୀ ମଲ୍ଲିକଙ୍କ କାର୍ଯ୍ୟଶୈଳୀ ଉପରେ ତାଙ୍କର ଅଭିଭାଷଣ ପ୍ରଦାନ କରିବା ସହ ଶ୍ରୀ ମଲ୍ଲିକଙ୍କ ଅବସର ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀର ଅପୁରଣିୟ କ୍ଷତି ବୋଲି ବକ୍ତବ୍ୟ ରଖିଥିଲେ I, ଯେହେତୁ ବୋରିଗୁମ୍ମା ଓଡ଼ିଶାର ସର୍ବବୃହତ ବ୍ଲକ୍ ତେଣୁ ଉକ୍ତ ପଦବୀକୁ ଅତି ଶିଘ୍ର ପୁରଣ କରିବା ନିମନ୍ତେ ସରକାରଙ୍କୁ ଅନୁରୋଧ କରିଥିଲେ Iଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ସନ୍ତୋଷ ନାୟକ, ଗୋପାଳ ପାତ୍ର, କିଶୋର ସାହୁ, ସ୍ମୃତି ପଟ୍ଟନାୟକ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ଫୁଲୋ ତୋଡ଼ା, ଉପଢୌକନ ଓ ଉପହାର ଦେଇ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା Iପରିଶେଷରେ କିଶୋର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ I
ହିନ୍ଦୁସ୍ଥାନ ସମାଚାର / ପିକେପି