ଚମ୍ପୁଆ କେନ୍ଦ୍ରୀୟ ବିଦ୍ୟାଳୟ ନାମଲେଖା ପାଇଁ ପ୍ରଥମ ଦିନରେ ୫୭୧ ଆବେଦନପତ୍ର ବଣ୍ଟନ
Odisha, 1 ଜୁଲାଇ (ହି.ସ.) ଚମ୍ପୁଆ, (୦୧/୦୭) ଚମ୍ପୁଆ ସଦର ମୂହୁକୁମା ଠାରେ ବହୁ ପ୍ରତିକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାପରେ ଅଭିଭାବକ ମହଲରେ ବହୁତ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି କ୍ରମରେ ନାମ ଲେଖା ପାଇଁ ଆବେଦନପତ୍ର ବଣ୍ଟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଏହି
ଚମ୍ପୁଆ କେନ୍ଦ୍ରୀୟ ବିଦ୍ୟାଳୟ ନାମଲେଖା ପାଇଁ ପ୍ରଥମ ଦିନରେ ୫୭୧ ଆବେଦନପତ୍ର ବଣ୍ଟନ


Odisha, 1 ଜୁଲାଇ (ହି.ସ.)

ଚମ୍ପୁଆ, (୦୧/୦୭) ଚମ୍ପୁଆ ସଦର ମୂହୁକୁମା ଠାରେ ବହୁ ପ୍ରତିକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାପରେ ଅଭିଭାବକ ମହଲରେ ବହୁତ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି କ୍ରମରେ ନାମ ଲେଖା ପାଇଁ ଆବେଦନପତ୍ର ବଣ୍ଟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଏହି ଆବେଦନପତ୍ର ପ୍ରଥମ ବର୍ଷରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ପାଠ ପଢିବାର ପାଇଁ ଆବେଦନ କରିବାକୁ ରହିଥିଲାବେଳେ ଏହା ଆସନ୍ତ ଜୁଲାଇ ୧୫ ତାରିଖ ଯାଏଁ ବଳବତ୍ତର ରହିବ। ପରବର୍ତ୍ତୀ ୧୬ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନପତ୍ର ଯାଞ୍ଚ କରାଯାଇ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇ ନାମ ଲେଖା ପ୍ରକ୍ରିୟା ଶେଷ ହେବ । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦିଲ୍ଲୀ ଙ୍କ ନିର୍ଦ୍ଦେଶାଵଳୀ ଅନୁଯାୟୀ ମେରିଟ୍ ଲିଷ୍ଟ ପ୍ରକାଶ ଓ ନାମଲେଖା ପ୍ରକ୍ରିୟା ଶେଷ ହେବ । ଅଗଷ୍ଟ ପହିଲାରୁ ଚଳିତ ଶିକ୍ଷା ବର୍ଷର ପାଠ ପଢା ଆରମ୍ଭ କରାଯିବ । ଏହି ସମସ୍ତ ପ୍ରକ୍ରିୟା ଅସ୍ଥାୟୀ ଭାବେ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଚାଲୁରହିବ। ବିଦ୍ୟାଳୟର ପ୍ରତି ଶ୍ରେଣୀ ପାଇଁ ୪୦ଜଣ ଲେଖାଏଁ ମୋଟ ୫ଟି ଶ୍ରେଣୀ ପାଇଁ ୨୦୦ ଛାତ୍ରଛାତ୍ରୀଙ୍କ ପଢ଼ିବାର ସୁଯୋଗ ରହିଥିବାବେଳେ ଆଜି ପ୍ରଥମ ଦିନରେ ମୋଟ ୫୭୧ଟି ଆବେଦନପତ୍ର ବଣ୍ଟନ କରାଯାଇଥିଲା। ଲୋକଙ୍କ ଭିଡକୁ ଦେଖି ୨ଟି କାଉଣ୍ଟରରେ ଫର୍ମ ବଣ୍ଟନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା। ବହୁ ପ୍ରତିକ୍ଷିତ ଚମ୍ପୁଆ କେନ୍ଦ୍ରୀୟ ବିଦ୍ୟାଳୟ ନାମଲେଖା ଆବେଦନ ଫର୍ମ ନେବାପାଇଁ ପରିସରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଜନସାଧାରଣ ଆବେଦନ ପତ୍ର ନେବା ସହ ଖୁସି ବ୍ୟକ୍ତ କରିଥିବା ଦେଖାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande