ବଲାଙ୍ଗୀର, ୦୧ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର କଲେଜ ର ବାଣିଜ୍ୟ ବିଭାଗର ନୂତନ କ୍ଲାସ ରୁମ୍ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ ସ୍କୁଲ୍ ଓ ମହାବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କୁ ଶିଶୁ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି, କାର୍ଯ୍ୟକ୍ରମରେ ରାଜେନ୍ଦ୍ର କଲେଜ ର ଅଧକ୍ଷ ଏକେ ମଙ୍ଗରାଜ ସମସ୍ତଙ୍କୁ ସ୍ୱାଗତ ଜଣାଇ ଶିଶୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବାରୁ ଶିଶୁ ସୁରକ୍ଷା ଉପରେ ନିଜର ମତାମତ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ କୁମାର ଖୁଅସ କିଶୋର ନ୍ୟାୟ ଆଇନ୍ ୨୦୧୫, ପୋସ୍କୋ ଆଇନ୍,ବାଲ୍ୟ ବିବାହ ନିରୋଧ ଆଇନ୍ ୨୦୦୬,ପୋଷ୍ୟ ସନ୍ତାନ ଗ୍ରହଣ ଆଇନ୍ ୨୦୨୨ ଓ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୨ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ।ଉତ୍କ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ବେଟି ବଚାଓ ବେଟି ପଢାଓ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ଜଣାଇଥିଲେ। ଆଶୀର୍ବାଦ ଯୋଜନା, ପୃଷ୍ଟ ପୋଷକତା ରାଶି ଯୋଜନା, ଗ୍ରୀନ ପାସେଜ ପ୍ରମାଣ ପତ୍ର, ଯଶୋଦା ଯୋଜନା ଓ ଅସୁରକ୍ଷିତ, ଅସହାୟ, ପିତୃ ମାତୃ ହିନ ଘେରରେ ଥିବା ଶିଶୁଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଉପରେ ଜଣାଇବା ସହ ଦେୟ ମୁକ୍ତ ଫୋନ୍ ନମ୍ୱର୍ ୧୦୯୮ରେ ଜଣାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଅନୁରୂପ ଭାବେ ମହିଳା ମହାବିଦ୍ୟାଳୟରେ ଅଧକ୍ଷ କେ କେ ଓଝା ,ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା ଶିଶୁ ମାନଙ୍କ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଝିଅ ବି ପଢ଼ିବେ, ଝିଅ ବି ବଢିବ ବୋଲି କହିଥିଲେ। ଏହି ଅବସରରେ ଏସ ମାରାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବସନ୍ତ ହରପାଲ୍,ସୁଦାନ ଖମାରୀ, ଡଲି ସାହୁ, ଡଲି ବେହେରା,ସାମାଜିକ କର୍ମୀ ହରିବନ୍ଧୁ ରାଉତ୍ , ଶୁଭମ୍ ଜେନା ବାଳମୁକୁନ୍ଦ ଭିତିରିଆ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ