କେନ୍ଦ୍ରାପଡା, ୧ ଜୁଲାଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଛି । ଜିଲ୍ଲା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ସ୍ୱାଇଁଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦେବା ସହ କାର୍ଯ୍ୟଦକ୍ଷତା ସଂପର୍କରେ ପ୍ରଶଂସା କରିଥିଲେ । ଶ୍ରୀମତୀ ସ୍ୱାଇଁଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ, ମାନପତ୍ର ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ପ୍ରଦାନ କରି ସମ୍ବର୍ନ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡିପିସି ମମତା ମନୋରଂଜନ ଦାସଙ୍କ ସହ ରଜନୀକାନ୍ତ ଦାସ, ଶୁଭେନ୍ଦୁ ଦାସ, ସଂଜୟ ପାତ୍ର, ଭାରତୀ ବେହେରା, ସୁନିତା ବେହେରା, ଲଲାଟେନ୍ଦୁ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ସିଡିପିଓ, ସୁପର ଭାଇଜର ଏବଂ ଆଇସିଡିଏସ ର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି