କେନ୍ଦ୍ରାପଡା, ୧ ଜୁଲାଇ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଗୋପ ଗ୍ରାମର ବାସିନ୍ଦା ତଥା ୫ନଂ କାଉନସିଲର ନିରାକାର ସ୍ୱାଇଁଙ୍କ ସ୍ୱର୍ଗତା ମାତା ସମାଜସେବୀ ସତ୍ୟଭାମା ସ୍ୱାଇଁଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଗଣେଶ୍ୱର ବେହେରା, ବିଜେଡି ଜିଲ୍ଲା ସଭାପତି ଧିରେନ ସାହୁ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ବିଜେଡି ବ୍ଲକ ସଭାପତ ଆଲୋକ ସାହୁ, ଟାଉନ ସଭାପତି ଯଜାତି ମହାନ୍ତି, ପୂର୍ବତନ ବ୍ଲକ ଚେୟାରମ୍ୟାନ ପ୍ରଦୀପ୍ତ କୁମାର ମହାନ୍ତି, ବିଜୟ କୁମାର ମଣ୍ଡଳ, ପୂର୍ବତନ କାଉନସିଲର ପ୍ରକାଶ ପରିଡା, ସମାଜସେବୀ ଗଣେଶ୍ୱର ମେକାପ, ସଂଜୟ ଶତପଥୀ, ତୁଳସୀ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ମଥୁରୀ ଚରଣ ପରିଡା, କାବୁଲା ରାଉତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତା ସ୍ୱାଇଁଙ୍କ ସ୍ମୃତି ଚାରଣ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର କାଉନସିଲର ନିରାକାର ସ୍ୱାଇଁ ଅତିଥି ସତ୍କାର ଆୟୋଜନ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି