ବିଏମସିରେ ସହକାରୀ କମିଶନରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନଓ ସୁରକ୍ଷା ଦାବି କରି କନ୍ଧମାଳ ଓଏଏସ୍ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ
Kandhmal OAS Association Stopped working against attacking BMC Ast Commissioner
ଫୋଟ


କନ୍ଧମାଳ, ୦୧ ଜୁଲାଇ(ହି.ସ.) – ସୋମବାର କିଛି ଶାସକ ଦଳର ନେତା ଭୁବନେଶ୍ୱର ବିଏମସି କାର୍ଯ୍ୟାଳୟ ଭିତରେ ପଶି ସହକାରୀ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ ଚେୟାରରୁ ଘୋଷାଡି ଆଣି ସର୍ବସମ୍ମୁଖରେ ମାଡ଼ ମାରିବା ଘଟଣାକୁ କନ୍ଧମାଳ ଓଏଏସ ସଙ୍ଘ ତୀବ୍ର ନିନ୍ଦା କରିବା ସହିତ ପ୍ରତିକ୍ରିୟା ପ୍ରକାଶ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି କ୍ଷ ଏଥିସହ କାର୍ଯ୍ୟରତ ଅଫିସରଙ୍କ ସୁରକ୍ଷା ଦାବୀ କରି ମଙ୍ଗଳବାର ଠାରୁ କଳା ବ୍ୟାଚ ପିନ୍ଧିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏ ନେଇ ଏକ ସ୍ମାରକ ପତ୍ର ସଙ୍ଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଜିଲ୍ଲାପାଳ ଆମ୍ରିତ ଋତୁରାଜଙ୍କୁ ଭେଟି ପ୍ରଦାନ କରିଥିଲେ।

ଏ ନେଇ ମଙ୍ଗଳବାର ସଙ୍ଘ ସଭାପତି ରମେଶ ଜେନାଙ୍କ ସଭାପତିତ୍ୱରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ସଭାରେ ଜିଲ୍ଳାର ସମସ୍ତ ଓଏଏସ ଅଫିସର୍ ଯୋଗ ଦେଇ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ନିନ୍ଦାବାଦ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) କୁଶଳ ଚନ୍ଦ୍ର ନାୟକ, ସଙ୍ଘ ଉପ ସଭାପତି ତଥା

ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯନିର୍ବାହୀ ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ, ସମ୍ପାଦକ ତଥା ଉପଜିଲ୍ଲାପାଳ ଭିକାରୀ ସାହୁ, ଫୁଲବାଣୀବିଡ଼ିଓ ସୌମ୍ୟ ରଞ୍ଜନ ପାତ୍ର, ଚକାପାଦ ବିଡ଼ିଓ, କୋଟଗଡ ବିଡ଼ିଓ ଶୁଭକାନ୍ତ ନାୟକ, ଫିରିଙ୍ଗିଆ ବିଡ଼ିଓ ଅନୁପ ଅଭିଷେକ ବେହେରା, ଦାରିଙ୍ଗବାଡି ବିଡ଼ିଓ ପ୍ରୀତି ରଞ୍ଜନ ରଥଙ୍କ ସମେତ ସମସ୍ତ ବିଡ଼ିଓ ଓ ତହସିଲଦାର ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande