ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ମଙ୍ଗଳବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସଂପ୍ରତି ତିନୋଟି ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପୁରୀ ରଥଯାତ୍ରାରେ ମହା ବିଭ୍ରାଟ, ବିଏମସି ଅତିରିକ୍ତ କମିସନରଙ୍କୁ ବିଜେପି କର୍ମୀଙ୍କ ମାଡ ତଥା ଆଇପିଏସ ଅଧିକାରୀଙ୍କ ଦଳୀୟ ପ୍ରୀତିକୁ ନେଇ ଶ୍ରୀ ଦାସ କହିଥିଲେ, ମୁଖ୍ୟମନ୍ତ୍ରୀ ସରକାରୀ ପ୍ରସ୍ତୁତି କଥା କହିଲେ। ହେଲେ ବିଜେପି ଦଳର ୧୫ଶହ କର୍ମକର୍ତା ରଥରେ ସାମିଲ ହେବେ, ସେ କଥା କାହିଁକି କହିଲେ ନାହିଁ? ରଥଟଣା ସମୟରେ ବିଜେପି କର୍ମୀ ମାନେ ଅବ୍ୟବସ୍ଥା କଲେ। ରଥଯାତ୍ରାକୁ କେବଳ ଦଳୀୟ ଉତ୍ସବ କରିବା ପାଇଁ ବିଜେପି ଏମିତି କଲା। ଭିଡ଼ ନିୟନ୍ତ୍ରଣକୁ ପ୍ରଶାସନ ଗୁରୁତ୍ୱ ନଦେଇ ଭିଆଇପିଙ୍କୁ ଗୁରୁତ୍ୱ ଦେଲେ। ଯେଉଁଠି ପାଇଁ ବିଭ୍ରାଟ ହୋଇଛି। ରଥଯାତ୍ରା ମହାବିଭ୍ରାଟ ପାଇଁ ଜଣେ କାର୍ଯ୍ୟରତ ବିଚାରପ୍ରତିଙ୍କ ଦ୍ୱାରା ତଦନ୍ତ କରାଯାଉ।
ସେହିପରି ବିଏମସିର ଅତିରିକ୍ତ କମିଶନଙ୍କୁ ବିଜେପି କର୍ମୀ ମାଡ଼ ମାରିବା ଘଟଣାକୁ ନେଇ ବର୍ଷିଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ସରକାରୀ ଅଧିକାରୀଙ୍କୁ ବିଜେପିକରଣ କରିବାକୁ ଶାସକ ଦଳ ଚାହୁଛି। ଏଥିରେ ଲୋକମାନେ ନ୍ୟାୟ ପାଇବେ ନାହିଁ। ପୂରା ଓଡ଼ିଶାରେ ସରକାରୀ ଅଧିକାରୀ ମାନେ ଆଜି ଅପମାନିତ ହୋଇଛନ୍ତି। ଓଡିଶାରୁ ସରକାରୀ ଅଧିକାରୀ ମାନଙ୍କୁ କ୍ଷମା ମାଗନ୍ତୁ ସରକାର । ବିଜେପିର ପରାଜିତ ପ୍ରାର୍ଥୀଙ୍କୁ ଗିରଫ କରାଯାଉ । କିଏ କେଉଁଠିକୁ ଯିବ ସେମାନେ ପାଇଁ ଆଡଭାଇଜର ଜାରି କରନ୍ତୁ ସରକାର। ପୂରା ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ଘଟଣାରେ ସମ୍ପୂର୍କ୍ତ ସମସ୍ତ ଦୃର୍ବୁତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।
ବରିଷ୍ଠ ଆଇପିଏସ ଅଧିକାରୀ କଂଗ୍ରେସ କର୍ମୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପ୍ରସଙ୍ଗରେ ପିସିସି ସଭାପତି କହିଛନ୍ତି ତୁରନ୍ତ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ପୋଲିସ ବିଭାଗରୁ ବିଦା କରାଯାଉ। ପୋଲିସ ପୋଷାକ ପିନ୍ଧି ଯିଏ ସମ୍ବିଧାନ ଓ ପୋଷାକକୁ ଅପମାନିତ କରିଛନ୍ତି ତାଙ୍କୁ ତୁରନ୍ତ ଚାକିରିରୁ ବିଦା କରାଯାଉ। ନହେଲେ ବିଜେପି ସରକାର ଗୁଣ୍ଡାରାଜର ସରକାର ବୋଲି ପ୍ରମାଣିତ ହେଉଛି। ବିଜେପିର ଯଦି ଏତେ ଚାମଚାଗିରି କରିବାକୁ ଚାହୁଛନ୍ତି, ତେବେ ସେ ଚାକିରି ଛାଡି ବିଜେପିରେ ସାମିଲ ହୋଇଯାଆନ୍ତୁ।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ସନ୍ତୋଷ ସିଂହ ସାଲୁଜା, ରାଜ୍ୟ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ ଓ ମୁଖପାତ୍ର ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା