ପ୍ରଧାନ ଶିକ୍ଷୟତ୍ରୀ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା
ଖୋର୍ଦ୍ଧା, ୧ ଜୁଲାଇ (ହି.ସ.) - ଚନ୍ଦ୍ରମା ପାଟପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଜନୀବାଳା ମହାପାତ୍ରଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ରଙ୍କନାଥ ଦାସ ମୁଖ୍ୟ ଅତିଥି
ଅବସର


ଖୋର୍ଦ୍ଧା, ୧ ଜୁଲାଇ (ହି.ସ.) - ଚନ୍ଦ୍ରମା ପାଟପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଜନୀବାଳା ମହାପାତ୍ରଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ରଙ୍କନାଥ ଦାସ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ସହ ଶିକ୍ଷା ଅଧିକାରୀ ଭରତ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ଉପସଭାପତି ଅଗାଧୁ ସେଠୀ, ଗୁଣନିଧି ମହାପାତ୍ର, ଇନ୍ଦିରା ଦେଈ, ମିନତୀ ପାଣିଗ୍ରାହୀ, ଦିବାକର ସାହୂ, ପ୍ରଫୁଲ୍ଲ ସୁନ୍ଦରାୟ ମୃତ୍ୟୁଞ୍ଜୟ ମହାପାତ୍ର ଯୁଧିଷ୍ଠିର ସାହୁ, ଅମୀୟ କୁମାର ପରିଡା ପ୍ରମୁଖ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ପୂଜ୍ୟ ଗୁରୁଜୀ ରାମକୃଷ୍ଣ ମହାପାତ୍ର, ଗୋଲଖ ବିହାରୀ ସାହୂ ମଧ୍ୟ ସଭା ରେ ନିଜର ଆସନ ଅଳଙ୍କୃତ କରିଥିଲେ ଏତଦବ୍ୟତୀତ ବ୍ଲକ ର ସମସ୍ତ ସିଆରସିସି ବିକାଶ ମୁଦୁଲି, ଜିସିୟା ପ୍ରଧାନ, ସ୍ମରଣିକା ମହାପାତ୍ର,ଦିବ୍ୟ ସିଂହ ସୁବୁଦ୍ଧି, ପୂର୍ଣ୍ଣଲଷ୍ମୀ ମହାରଣା, ରବିନାରାୟଣ ପଣ୍ଡା, ସଂଯୁକ୍ତା ପ୍ରଧାନ,ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଈ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ଅଙ୍ଗନୱାଡି କର୍ମୀ ସସ୍ମିତା ବେହେରା, ଏହି ବିଦ୍ୟାଳୟ ର ସହକାରୀ ଶିକ୍ଷକ ବିଭୁତି ଭୂଷଣ ସାମନ୍ତରାୟ ତଥା ଗ୍ରାମବାସୀବୃନ୍ଦ ଏହି ସଭାରେ ପୁର୍ଣ ସହଯୋଗ କରିଥିଲେ କାଇପଦର ସିଆରସିସି ବାଗେଶ୍ରୀ ମହାପାତ୍ର ସଭା ପରିଚାଳନା କରିବା ସହିତ ରାୟପୁର କ୍ଲଷ୍ଟର ର ସିଆରସିସି ଅମୀୟ ଜେନା ସଭା ସାଙ୍ଗ କରିଥିଲେ ପରିଶେଷରେ ସମସ୍ତେ ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିବା ସହିତ ଆଗାମୀ ସୁଖ ମୟ ହେଉ ବୋଲି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande