ଅବସରକାଳୀନ ସମ୍ବର୍ଦ୍ଧନା
ଜୟପୁର, ୧ ଜୁଲାଇ (ହି.ସ.)- ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଶାଖା ଜୟପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦଶ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପ୍ରାରମ୍ଭରେ ମୁଖିଖୁଡୁ଼ପି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସ୍ବର୍ଗତ ଭଗବାନ ପରଜାଙ୍
ଅବସର କାଳୀନ ସମ୍ବଦ୍ଧନା


ଜୟପୁର, ୧ ଜୁଲାଇ (ହି.ସ.)-

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଶାଖା ଜୟପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦଶ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ପ୍ରାରମ୍ଭରେ ମୁଖିଖୁଡୁ଼ପି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସ୍ବର୍ଗତ ଭଗବାନ ପରଜାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ତତ୍ପରେ ଜୁନ ମାସରେ ଅବସର ନେଇଥିବା ଶିକ୍ଷୟିତ୍ରୀ ମିନାକ୍ଷୀ ମିଶ୍ର, ରଜନୀରାଣୀ ପାତ୍ର, ଅନ୍ନପୂର୍ଣ୍ଣା ଶତପଥୀ, ଜୟନ୍ତୀ ଦେବୀ, କେ.ପ୍ରଗତି କୁମାରୀ, ସୁଜାତା ମହାପାତ୍ର, ସ୍ନେହଲତା ପଟ୍ଟନାୟକ, ବୈଜୟନ୍ତୀମାଳା ସୁବୁଦ୍ଧି ଏବଂ ଶିକ୍ଷକ ଅମିତାଭ ପଟ୍ଟନାୟକ, ସତ୍ୟନାରାୟଣ ପାତ୍ର ପ୍ରମୁଖ ଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ପ୍ରୋଭିଜିନାଲ ପେନସନ ପ୍ରଦାନ ସହ ସଂଘ ତରଫରୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଇତ୍ୟବସରରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉଦବୋଧନ ଦେଇ ନିଜ ଶିକ୍ଷକତା ସମୟର ଅଭିଜ୍ଞତା ପ୍ରକାଶ କରିବା ସହ ସେମାନଙ୍କ ସଦଗୁଣ ଗୁଡିକର ସ୍ମୁତିଚାରଣ କରିଥିଲେ ଉପସ୍ଥିତ ଅତିଥି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ l ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରିୟମ୍ବଦା ପାତ୍ର, କାର୍ଯ୍ୟାଳୟର କର୍ମକର୍ତ୍ତା, ସଂଘ ସଭାପତି ଦେବୀ ପ୍ରସାଦ ଦାଶ, ସମ୍ପାଦକ ପ୍ରଦୀପ କୁମାର ମିଶ୍ର, କୋଷାଧକ୍ଷ ପୁରନ୍ଦର ନାୟକ, ଉପ ସଭାନେତ୍ରୀ ମମତା ମହାପାତ୍ର, ସହ ସମ୍ପାଦକ ଦୀପକ ଦାସ, ସାଗର ତ୍ରିପାଠୀ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ବରିଷ୍ଠ ଶିକ୍ଷକ ଜଗନ୍ନାଥ ମିଶ୍ର, କିରଣ ମହାରଣା, ଝୁନୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande