ସମ୍ବଲପୁର, ୦୧ ଜୁଲାଇ(ହି.ସ.) – ସମ୍ପ୍ରତି ରୋଗୀ ମାନଙ୍କ ଆବଶ୍ୟକତା କୁ ନଜରରେ ରଖି ଓ ରକ୍ତ ଅଭାବ ଦୂର କରିବା ପାଇଁ ନୂତନ ରୋଟାରୀ ବର୍ଷ ଆରମ୍ଭ ଅବସରରେ ରୋଟାରୀ କ୍ଲବ ସମ୍ବଲପୁର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଅବସରରେ କ୍ଲବ ସଭ୍ଯ ସଭ୍ୟା, ତାଙ୍କର ପରିବାରର ସଦସ୍ୟ ବୃନ୍ଦ ଏବଂ ଜନସାଧାରଣ ରକ୍ତ ଦାନ କରିଥିଲେ। କ୍ଲବ ଅଧ୍ୟକ୍ଷ ରଶ୍ମିରଞ୍ଜନ ମହାପାତ୍ର, ସଚିବ ଦେବାଶିଷ ରାୟଗୁରୁ ଶିବିର ସଂଯୋଜନା କରିଥିଲେ।ଉପସଭାପତି ଶ୍ରୀକାନ୍ତ ମୁଖାର୍ଜୀ, କୋଷାଧ୍ୟକ୍ଷ ରଞ୍ଜିତ ସିଂହ, ବରିଷ୍ଠ ସଦସ୍ୟ ରାଜ କିଶୋର ଦାସ, ଉଦିତ୍ ପ୍ରସାଦ ବାବୁ, ଏ ଏମ ତରାଜ, ଦାମୋଦର କର, ପ୍ରବୀଣ ସୁରୀ, ତୁଷାର ପ୍ରଧାନ, ବିକ୍ରମ କେଶରୀ ସେନାପତି, ସୁଜିତ୍ ପାଣିଗ୍ରାହୀ, ଡ଼ା.ଦୂର୍ଗା ଶଙ୍କର ସତପଥୀ, ଅନନ୍ୟା ନାଏକ, ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୁର୍ଲା ରକ୍ତ ଭଣ୍ଡାର ଅଧିକାରୀ ଏବଂ କର୍ମଚାରୀ ମାନେ ଶିବିର ପରିଚାଳନା କରିଥିଲେ।
ଆଜି ଚାଟାର୍ଡ ଆକାଉଂଟାଂଟ ଦିବସ, ଡକ୍ଟର ଦିବସ ଉପଲକ୍ଷେ କ୍ଲବ ର ସଦସ୍ୟ ଥିବା ଚାଟାର୍ଡ ଆକାଉଂଟାଂଟ, ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ