ଡେପୁଟି କମିଶନର ବିଏମସିଙ୍କୁ ଆକ୍ରମଣର ପ୍ରତିବାଦ କଲେ ସୁବର୍ଣ୍ଣପୁର ଜିଲ୍ଲା ଓଏଏସ ସଂଘ ସମର୍ଥନ କଲେ ଓଆରଏସ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ସଂଘ
ସୁବର୍ଣ୍ଣପୁର, ୦୧ ଜୁଲାଇ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣର ପ୍ରତିବାଦ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓଡିଶା ପ୍ରଶାସନିକ ଅଧିକାରୀ ସମୂହ ସମେତ ଓଡିଶା ରାଜସ୍ୱ ଅଧିକାରୀ ବୃନ୍ଦ, ଜି
ଡେପୁଟି କମିଶନର ବିଏମସି ଙ୍କୁ ଆକ୍ରମଣ ର ପ୍ରତିବାଦ କଲେ ସୁବର୍ଣ୍ଣପୁର ଜିଲ୍ଲା ଓଏଏସ ସଂଘ*- *ସମର୍ଥନ କଲେ ଓ ଆର ଏସ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ସଂଘ*-


ଡେପୁଟି କମିଶନର ବିଏମସି ଙ୍କୁ ଆକ୍ରମଣ ର ପ୍ରତିବାଦ କଲେ ସୁବର୍ଣ୍ଣପୁର ଜିଲ୍ଲା ଓଏଏସ ସଂଘ*- *ସମର୍ଥନ କଲେ ଓ ଆର ଏସ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ସଂଘ*-


ସୁବର୍ଣ୍ଣପୁର, ୦୧ ଜୁଲାଇ(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣର ପ୍ରତିବାଦ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓଡିଶା ପ୍ରଶାସନିକ ଅଧିକାରୀ ସମୂହ ସମେତ ଓଡିଶା ରାଜସ୍ୱ ଅଧିକାରୀ ବୃନ୍ଦ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ସଂଘ ର କର୍ମକର୍ତାଙ୍କୁ ନେଇ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ କମିଶନରଙ୍କୁ ବିଏମସି କାର୍ଯ୍ୟାଳୟ ପରିସରରେ କେତେଜଣ ରାଜ ନୈତିକ ବ୍ୟକ୍ତି ଅଶାଳୀନ ଭାଷା କହିବା ସହ ମରଣାନୁକ ଆକ୍ରମଣ କରିଥିଲେ। ଯାହା ଅତିରିକ୍ତ କମିଶନରଙ୍କ ଜୀବନ ପ୍ରତି ନିଶ୍ଚିତ ଭାବେ ବିପଦପୂର୍ଣ୍ଣ ରହିଥଚାିବାବେଳେ ଏତାଦୃଶ ନିନ୍ଦନୀୟ କାର୍ଯ୍ୟକଳାପ ଆଗାମୀ ଦିନରେ ରାଜ୍ୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନିଶ୍ଚିତ ଭାବେ ଭୟ ବାତାବରଣ ସୃଷ୍ଟି କରିବ ବୋଲି ଅଧିକାରୀ ବୃନ୍ଦ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅଧିକାରୀଙ୍କ ଉପରକୁ ଆକ୍ରମଣ ଓ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲାର ସମସ୍ତ ଓଏଏସ ଅଧିକାରୀ,ରାଜସ୍ୱ ସେବା ଅଧିକାରୀ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ଅନ୍ୟାନ୍ୟ ସେବା ଅଧିକାରୀ, ଜିଲ୍ଲା ରାଜସ୍ୱ ଅମଲା ସଂଘ, ଜିଲ୍ଲା। ପଂଚାୟତ ନିର୍ବାହୀ ଅଧିକାରୀ ସଂଘ, ସୁବର୍ଣ୍ଣପୁର ଜିଲ୍ଲା ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘ,ସମୂହ ଦୃଢ଼ ନିନ୍ଦା ଓ ବିରୋଧ କରିବା ସହ ରାଜ୍ୟ ସ୍ତରୀୟ ଓଡିଶା ପ୍ରଶାସନିକ ଅଧିକାରୀ ସଂଘ ର କାର୍ଯ୍ୟ ବନ୍ଦ ପ୍ରତ୍ୟାହାର ନିଷ୍ପତିକୁ ମଧ୍ୟ ବିରୋଧ କରିଥିଲେ କ୍ଷ ଓ ସୁବର୍ଣ୍ଣପୁର ଜିଲ୍ଲାର ଓଡିଶା ପ୍ରଶାସନିକ ଅଧିକାରୀ ସଂଘ ଦ୍ୱାରା ଏହି ଆକ୍ରମଣ ଘଟଣା ଓ ଦୁର୍ବ୍ୟବହାର କୁ ଘୋର ବିରୋଧ କରି ସଂପୃକ୍ତ ଦୁର୍ବୃତମାନଙ୍କ ବିରୁଦ୍ଧରେ ଦୃଢ଼ କରାର୍ଯ୍ୟନୁଷ୍ଠାନ ଦାବୀ ରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସଂଘ କୁ ଅନୁରୋଧ କରିବା ପାଇଁ ନିଷ୍ପତି ଗ୍ରହଣ କରି ପ୍ରସ୍ତାବ ଗୃହୀତ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଓଡିଶା ପ୍ରଶାସନିକ ସେବା ଅଧିକାରୀ ମାନେ ସମୂହ ଛୁଟିରେ ଯିବା ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ନିକଟକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଓ ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀ ସଂଘ ଯଥା - ରାଜସ୍ୱ ଅମଲା ସଂଘ, ପଂଚାୟତ ନିର୍ବାହୀ ଅଧିକାରୀ ସଂଘ, ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘ, ଡାଟା ଏଂଟ୍ରି ଅପରେଟର କର୍ମଚାରୀ ସଂଘ, ଡ୍ରାଇଭର ସଂଘ ଅନ୍ୟାନ୍ୟ କର୍ମଚାରୀ ସଂଘ ର କର୍ମକର୍ତା ମାନେ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ ସମୂହ ଛୁଟିରେ ଯିବା ନିଷ୍ପତିକୁ ସମର୍ଥନ ଜଣାଇଥିବା ସୁବର୍ଣ୍ଣପୁର ଜିଲ୍ଲା ଓଡିଶା ପ୍ରଶାସନିକ ସେବା ଅଧିକାରୀ ସଂଘ ତରଫରୁ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande