ସ୍କୁଟିକୁ ଧକ୍କାଦେଲା ଟ୍ରକ, ମହିଳା ପୁଲିସ କର୍ମଚାରୀ ଆହତ
କୋରେଇ, ୧ ଜୁଲାଇ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ଓ ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ବଜାର ଗୋଲେଇ ଛକରେ ଆଜି ଏକ ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ଆହତ ହୋଇଛନ୍ତି । ପ୍ରକାଶ ଯେ, ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟର କାର୍ଯ୍ୟରତ ମହିଳା ପୁଲିସ କର୍ମଚାରୀ ରଶ୍ମିତା ଦାଶ (କଣ୍ଢେଇ
ସ୍କୁଟିକୁ ଧକ୍କାଦେଲା ଟ୍ରକ, ମହିଳା ପୁଲିସ କର୍ମଚାରୀ ଆହତ


କୋରେଇ, ୧ ଜୁଲାଇ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ଓ ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ବଜାର ଗୋଲେଇ ଛକରେ ଆଜି ଏକ ଟ୍ରକ ଧକ୍କାରେ ସ୍କୁଟି ଆରୋହୀ ଆହତ ହୋଇଛନ୍ତି । ପ୍ରକାଶ ଯେ, ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟର କାର୍ଯ୍ୟରତ ମହିଳା ପୁଲିସ କର୍ମଚାରୀ ରଶ୍ମିତା ଦାଶ (କଣ୍ଢେଇ) ଆଜି ସକାଳେ ତାଙ୍କ ଝିଅକୁ ସ୍କୁଲରେ ଛାଡି ବାସଗୃହକୁ ସ୍କୁଟିରେ ଫେରୁଥିବା ବେଳେ ପାଣିକୋଇଲି ଗୋଲେଇରେ ଭଦ୍ରକ ଅଭିମୁଖେ ଯାଉଥିବା ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ସ୍କୁଟିଟି ଭାଂଗିଯିବା ସହ ସେ ପଡି ଆହତ ହୋଇଥିଲେ । ସ୍ଥ।ନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକତ୍ସା ପାଇଁ ପଠାଇଥିଲେ । ପରେ ଟ୍ରକଟି ଜବତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande