ଦୁର୍ଘଟଣାରେ ମୃତକ ଓ ଆହତ ପରିବାରଙ୍କୁ ଭେଟିଲେ ସାଂସଦ ଓ ବିଧାୟକ
ଧର୍ମଶାଳା, ୦୧ ଜୁଲାଇ(ହି.ସ.) – ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ୨ ଦିନ ତଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡି ଧକ୍କାରେ ବଡଚଣା ଥାନା ଅନ୍ତର୍ଗତ ଚାଉଳଥଳି ଗ୍ରାମର ପାର୍ଥ ସାରଥୀ ରାଉତ ଓ ବାତୋ ଗ୍ରାମର ଉମାକାନ୍ତ ବେହେରାଙ୍କର ମୃତ୍ୟୁ ହୋଇଯାଇଥିବା ବେ
ଦୁର୍ଘଟଣାରେ ମୃତକ ଓ ଆହତ ପରିବାରଙ୍କୁ ଭେଟିଲେ ସାଂସଦ ଓ ବିଧାୟକ


ଧର୍ମଶାଳା, ୦୧ ଜୁଲାଇ(ହି.ସ.) – ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ୨ ଦିନ ତଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡି ଧକ୍କାରେ ବଡଚଣା ଥାନା ଅନ୍ତର୍ଗତ ଚାଉଳଥଳି ଗ୍ରାମର ପାର୍ଥ ସାରଥୀ ରାଉତ ଓ ବାତୋ ଗ୍ରାମର ଉମାକାନ୍ତ ବେହେରାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାପସ ସାମଲ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ଏଭଳି ଘଟଣାକୁ ନେଇ ଆଜି ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା ଓ ବଡଚଣା ବିଧାୟକ ଅମର ନାୟକ ସେମାନଙ୍କ ପରିବାର ନିକଟରେ ପଂହଚି ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande