ଧର୍ମଶାଳା, ୦୧ ଜୁଲାଇ(ହି.ସ.) – ଆଜି ହେଉଛି ପବିତ୍ର ହେରା ପଂଚମୀ । ଏନେଇ ମାଉସୀମା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଆଜି ଯାଜପୁର ଜିଲା ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଘୁମୂରୀ ପଂଚାୟତରେ ଅବସ୍ଥିତ ମାଉସୀମା ମନ୍ଦିରକୁ ଯାଜପୁର ସାଂସଦ ଡ.ରିବନ୍ଦ୍ର ନାରାୟଣ ବେହେରା,ବଡଚଣା ବିଧାୟକ ଅମର ନାୟକ ଓ ଯାଜପୁର ବିଜେପି ଜିଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ପ୍ରମୁଖ ପଂହଚି ତିନି ଦିଅଁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଆର୍ଶୀବାଦ ଭିକ୍ଷା କରିଥିଲେ। ଏବଂ ଅଂଚଳବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିବା ସହ ତ୍ୱରିତ ସମାଧାନ ପାଇଁ ସାଂସଦ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ