ନବ ନିଯୁକ୍ତ ପୌର ଅକାଉଂଟାଂଟମାନଙ୍କ ପାଇଁ ଇଣ୍ଡକ୍ସନ୍ ଟ୍ରେନିଂ
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ତରଫରୁ ଅର୍ବାନ ଲୋକାଲ୍ ବଡି ମାନଙ୍କରେ ନବ ନିଯୁକ୍ତ ଅକାଉଂଟାଂଟମାନଙ୍କ ପାଇଁ ଏକ ୪୦ ଦିନିଆ ଇଣ୍ଡକ୍ସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ମଧୁସୂଦନ ଦାସ ଆଂଚଳିକ ଆର
ନବ ନିଯୁକ୍ତ ପୌର ଅକାଉଂଟାଂଟମାନଙ୍କ ପାଇଁ ଇଣ୍ଡକ୍ସନ୍ ଟ୍ରେନିଂ


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ତରଫରୁ ଅର୍ବାନ ଲୋକାଲ୍ ବଡି ମାନଙ୍କରେ ନବ ନିଯୁକ୍ତ ଅକାଉଂଟାଂଟମାନଙ୍କ ପାଇଁ ଏକ ୪୦ ଦିନିଆ ଇଣ୍ଡକ୍ସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ମଧୁସୂଦନ ଦାସ ଆଂଚଳିକ ଆର୍ôଥକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱରରେ ଆୟୋଜିତ ହେଉଛି।

ଏହି ତାଲିମ କାର୍ଯ୍ୟକ୍ରମକୁ ମୁନିସିପାଲ୍ ଆଡମିନିଷ୍ଟ୍ରେସନ୍ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, “ପୌର ଅକାଉଂଟାଂଟମାନେ ସହରାଞ୍ଚଳ ଆର୍ôଥକ ପରିଚାଳନା ଓ ଶାସନର ମୂଳ ଅଂଗ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି। ଏହି ପ୍ରଶିକ୍ଷଣ ତାଙ୍କୁ ବୃହତ୍ ଜ୍ଞାନ ଓ ଅନୁଭବ ଦେଇ ସାମର୍ଥ୍ୟଶାଳୀ କରିବ।”

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅର୍ଥ ପରାମର୍ଶଦାତା ଶିଖା ବିଶ୍ୱାଳ, କୋର୍ସ ଡାଇରେକ୍ଟର ବିଭୁଦତ ଆଚାର୍ଯ୍ୟ ଓ ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ୪୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହରାଂଚଳ ଶାସନ, ରାଜସ୍ୱ ବ୍ୟବସ୍ଥାପନ, ଅଡିଟ୍‌, ପ୍ରକଳ୍ପ ବିତ୍ତ ପରିଚାଳନା, ହିସାବ ଦାଖଲ, ବ୍ୟବହାରିକ ଅଭ୍ୟାସ ଓ କ୍ଷେତ୍ର ଅଭିଜ୍ଞତା ଉପରେ ତାଲିମ ଦିଆଯିବ। ଏହି ଉଦ୍ୟମ ରାଜ୍ୟରେ ଏକ ଦାୟିତ୍ୱପୂର୍ଣ୍ଣ, ପାରଦର୍ଶୀ ଓ ପ୍ରଭାବଶାଳୀ ସହରାଞ୍ଚଳ ପ୍ରଶାସନ ବ୍ୟବସ୍ଥା ତିଆରି କରିବା ଲକ୍ଷ୍ୟକୁ ସାକାର କରିବ ବୋଲି ଆଶା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande