୧୧ ତାରିଖ ଯାଏ କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନ କଲେ ଓଡ଼ିଶା ରାଜସ୍ୱ ଅମଲା ସଂଘ, ୧୪ରୁ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ
ଜୟପୁର, ୧୧ ଜୁଲାଇ (ହି.ସ.)- ବିଭିନ୍ନ ଦାବି ନେଇ ଜୁଲାଇ ୭ ତଥା ସୋମବାର ଠାରୁ କଳା ବ୍ୟାଜ୍ ପରିଧ୍ୟାନ କରି ଆନ୍ଦୋଳନକୁ ଓହ୍ଲାଇ ଥିଲେ ରାଜସ୍ୱ ଅମଲା । ଆଜି ୧୧ ତାରିଖ ଯାଏ କଳା ବ୍ୟାଜ ପରିଧ୍ୟାନ କରିଥିଲେ । ଯଦି ରାଜ୍ୟ ସରକାର ଦାବି ଗୁଡିକ ପୂରଣ ନ କରନ୍ତି ତେବେ ଜୁଲାଇ ୧୪ ତାରିଖ ଠାରୁ ସମ୍ପ
୧୧ ତାରିଖ ଯାଏ କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନ କଲେ ଓଡ଼ିଶା ରାଜସ୍ୱ ଅମଲା ସଂଘ, ୧୪ରୁ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ


ଜୟପୁର, ୧୧ ଜୁଲାଇ (ହି.ସ.)- ବିଭିନ୍ନ ଦାବି ନେଇ ଜୁଲାଇ ୭ ତଥା ସୋମବାର ଠାରୁ କଳା ବ୍ୟାଜ୍ ପରିଧ୍ୟାନ କରି ଆନ୍ଦୋଳନକୁ ଓହ୍ଲାଇ ଥିଲେ ରାଜସ୍ୱ ଅମଲା । ଆଜି ୧୧ ତାରିଖ ଯାଏ କଳା ବ୍ୟାଜ ପରିଧ୍ୟାନ କରିଥିଲେ । ଯଦି ରାଜ୍ୟ ସରକାର ଦାବି ଗୁଡିକ ପୂରଣ ନ କରନ୍ତି ତେବେ ଜୁଲାଇ ୧୪ ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ରାଜସ୍ୱ ଅମଲା ସଂଘର ନିର୍ଦେଶ କ୍ରମେ କୋରାପୁଟ ଜିଲ୍ଲା ରାଜସ୍ୱ ଅମଲା ସଂଘ ପକ୍ଷରୁ ବହୁ ସଭ୍ୟ/ ସଭ୍ୟା ମାନେ ବ୍ଲକ ଅଫିସ, ତହସିଲ ଅଫିସ, ଜିଲା ଯୋଗାଣ ଅଧିକାରି ନିଜ ନିଜ କାଯ୍ୟାଳୟରେ ଦାୟିତ୍ୱ ରେ ରହି କଳା ବ୍ୟାଜ ପରିଧ୍ୟାନ କରି ଏକତ୍ରିତ ହୋଇ ସେମାନଙ୍କ ଦାବୀ ପୂରଣ ନିମନ୍ତେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସ ପି୨୦୧୭ ନିୟମ ଅନୁଯାଇ ଲେବେଲ - ୯ କୁ ବୃଦ୍ଧି କରିବା । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮ / ୧୫. ୦୩. ୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ । ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ କରାଯାଇ । ଓଡ଼ିଶା ରାଜସ୍ୱ ସେବା ପଦ୍ଧତିରେ ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ । ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟାନ୍ୟ ଦାବୀ ଗୁଡିକ ରହିଛି । ଏନେଇ ଗତ ୨୫ ତାରିଖରେ ରାଜସ୍ୱ ଅମଲା ସଂଘ ପକ୍ଷରୁ ଏକ ଦାବୀ ପତ୍ର ମଧ୍ୟ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରିଙ୍କୁ ପ୍ରଦାନ କରାଯାଇଥିଲା । ୧୪ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟ ବନ୍ଦ ହେଲେ ସାଧାରଣ ଜନତା ହଇରାଣ ହେବା ଆଶଙ୍କା ଦେଖାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande