Bhubaneswar, 11 ଜୁଲାଇ (ହି.ସ.)
ରାଜ୍ୟରେ କାର୍ଯ୍ୟରତ ୧୭୬୭୫ ଜଣ ଗୃହରକ୍ଷୀମାନଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ସଙ୍ଗଠନ ରାଜ୍ୟ ଗୃହରକ୍ଷୀ ମହାସଂଘ ଶୃଙ୍ଖଳିତ ଭାବରେ ଗଣତାନ୍ତ୍ରିକ ପଦ୍ଧତିରେ ଗରିବ ଗୃହରକ୍ଷୀ ମାନଙ୍କର ନ୍ୟାର୍ଯ୍ୟ ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନା କରିଆସୁଛନ୍ତି ।
ରାଜ୍ୟର ସମସ୍ତ ପ୍ରକାର ଆଇନ୍ ଶୃଙ୍ଖଳା ପରିସ୍ଥିତିଠାରୁ ଆରମ୍ଭ କରି ପ୍ରଶାସନିକ ଓ ସର୍ବସାଧାରଣଙ୍କ ସୁରକ୍ଷା କ୍ଷେତ୍ରରେ ସେମାନଙ୍କର କୌଣସି ସାମୁହିକ ସୁରକ୍ଷା ନଥାଇ ମଧ୍ୟ ସରକାରୀ କର୍ମଚାରୀ ଭଳି ବର୍ଷସାରା ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନା କରିଆସୁଛନ୍ତି । ୧୯୬୧ ଗୃହରକ୍ଷୀ ଆଇନ୍କୁ ଦର୍ଶାଯାଇ ସେମାନଙ୍କ ଭବିଷ୍ୟତକୁ ଶୋଷଣ କରାଯାଉଛି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗୃହରକ୍ଷୀମାନଙ୍କୁ ପଦୋନ୍ନତି ଦିଗରେ ୨୦୦୧ ମସିହାରେ ଯେଉଁ ନିଷ୍ପି ନିଆଯାଇଥିଲା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଉନାହିଁ । ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ନିଦେ୍ର୍ଦଶକୁ ସମ୍ପୂର୍ଣ୍ଣ ବାଟମଣା କରାଯାଉଛି । ୨୦୧୩ ଏବଂ ୨୦୧୮ ମସିହାରେ ନିଜର ନ୍ୟାୟ ପାଇଁ ସରକାରଙ୍କ ପାଖକୁ ଆସିଥିବା ଗୃହରକ୍ଷୀମାନଙ୍କୁ ଷଡ଼ଯନ୍ତ୍ରମୂଳକ ଭାବରେ ବାଡ଼େଇ ଚାକିରିରୁ ବହିଷ୍କାର କରାଯାଇ ମିଥ୍ୟା ମକଦ୍ଦମା ଦିଆଯାଇ ଜେଲ୍ ହାଜତକୁ ପଠାଇ ଦିଆଗଲା । ଏକ ଶୃଙ୍ଖଳିତ ବିଭାଗରେ କାର୍ଯ୍ୟ କରୁଥିବା ଗୃହରକ୍ଷୀମାନଙ୍କ ପ୍ରତି ସରକାରଙ୍କର ଏଭଳି ବୈମାତୃକ ମନୋଭାବକୁ ମହାସଂଘ ପକ୍ଷରୁ ନିନ୍ଦା କରାଯାଇଛି । ସରକାର ପରିର୍ବନ ହେଲେ । ବିଡ଼ମ୍ବନାର ବିଷୟ ଗୃହରକ୍ଷୀମାନଙ୍କ ୬୦ ବର୍ଷର ପୁରୁଣା ଆଇନ୍ର ପରିର୍ବନ ଦିଗରେ ସରକାର କୌଣସି ପ୍ରକାର ଯତ୍ନଶୀଳ ନୁହଁନ୍ତି । ସବୁକୁ ବିଚାର କରାଯାଇ ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଯଦି ସରକାର ମହାସଂଘର ସମସ୍ୟାକୁ ବିଚାର ନ କରନ୍ତି, ତେବେ ଅଧିବେଶନ ସମୟରେ ଗୃହରକ୍ଷୀମାନେ ଆତ୍ମାହୂତି ଦେବେ ବୋଲି ରାଜ୍ୟ ସଭାପତି ଉପେନ୍ଦ୍ର ମହାପାତ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଗୃହରକ୍ଷୀ ସ୍ୱେଚ୍ଛାକୃତ ଭାବେ ଏଭଳି ନିଷ୍ପିକୁ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା