ବିଜୁ ଜନତା ଦଳ ତରଫରୁ ନୀଳଗିରି ଠାରେ ବିଶାଳ ପ୍ରତିବାଦ ରାଲି, ସଭା
Bhubaneswar, 11 ଜୁଲାଇ (ହି.ସ.) ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ମହିଳା ବିରୋଧୀ ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ବିଜୁ ଜନତା ଦଳ ତରଫରୁ ନୀଳଗିରି ଠାରେ ବିଶାଳ ପ୍ରତିବାଦ ରାଲି, ସଭା ଓ ଶ୍ରୀ ଖଟୁଆଙ୍କ କୁଶପୁତ୍ତଳିକା ଦାହ l ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗ
ବିଜୁ ଜନତା ଦଳ ତରଫରୁ ନୀଳଗିରି ଠାରେ ବିଶାଳ ପ୍ରତିବାଦ ରାଲି, ସଭା


Bhubaneswar, 11 ଜୁଲାଇ (ହି.ସ.)

ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ମହିଳା ବିରୋଧୀ ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ବିଜୁ ଜନତା ଦଳ ତରଫରୁ ନୀଳଗିରି ଠାରେ ବିଶାଳ ପ୍ରତିବାଦ ରାଲି, ସଭା ଓ ଶ୍ରୀ ଖଟୁଆଙ୍କ କୁଶପୁତ୍ତଳିକା ଦାହ l

ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ପାତ୍ର, ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ, ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ପୂର୍ବତନ ବିଧାୟକ ଶ୍ରୀ ସ୍ଵରୂପ କୁମାର ଦାସ, ଶ୍ରୀ ସୁକାନ୍ତ କୁମାର ନାୟକ, ଶ୍ରୀ ଶୁଭେନ୍ଦୁ ମଙ୍ଗରାଜ, ଶ୍ରୀ ସୁଧାଂଶୁ ପରିଡା, ଅନେକ କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ବରିଷ୍ଠ ମହିଳା ନେତ୍ରୀ ଓ ହଜାର ହଜାର ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଯୋଗଦେଇ ଶ୍ରୀ ଖଟୁଆଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିବା ସହିତ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କଲେ l

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande