କାଦୁଅରେ ଯାତାୟାତ କରୁଛନ୍ତି ଗୋଜିଆପଡା ବାସୀ
ମୁଖୀଗୁଡା,୧୧ଜୁଲାଇ (ହି.ସ)- ସାମାନ୍ୟ ବର୍ଷା ହେଲେ ରାସ୍ତାରେ କାଦୁଅ ଯୋଗୁଁ ଘରୁ କୁଆଡେ ଯାଇ ହୁଏ ନାହିଁ ଛୋଟ ଛୋଟ ପିଲା ସ୍କୁଲ ଯିବା ଯିବା କଷ୍ଟ ହୋଇପଡେ । ରାସ୍ତା ମରାମତି ପାଇଁ ସରପଞ୍ଚ ଠାରୁ ସାଂସଦ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ହେଁ କୌଣସି ସୁଫଳ ମିଳିଲା ନାହିଁ ଗୋଜିଆପଡା ବାସୀଙ୍କୁ ।
ଗୋଜିଆପଡା ରାସ୍ତା

କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ରାଣୀବାହାଲ ଗୋଜିଆପଡାର ରାସ୍ତା ବର୍ଷାହେଲେ ଯିବା ଆସିବା କରିବା ବହୁତ କଷ୍ଟ । ଖାଲି ପାଦ ବ୍ୟତୀତ ଅନ୍ୟ ଉପାୟ ନାହିଁ । ବସନ୍ତ ପଣ୍ଡା ନିର୍ବାଚନ ଜିତିବା ପରେ ତାଙ୍କ ଜୟପାଟଣା ପ୍ରଥମ ଗସ୍ତରେ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଲିଖିତ ଭାବେ ଦେଇଥିଲେ ହେଲେ ସେ ଭୁଲିଗଲେ, ଲୋକଙ୍କ ବିଶ୍ୱାସ ଥିଲା ସାଂସଦ କିଛି ପଦକ୍ଷେପ ନେବେ । ମଙ୍ଗଳପୁର ସରପଞ୍ଚଙ୍କୁ ବର୍ଷା ଦିନ ପୂର୍ବରୁ ରାସ୍ତା ମରାମତି ପାଇଁ ପଡାବାସୀ ଜଣାଇଲେ ପ୍ରପୋଜାଲ ଯାଇଛି ଜୁନ୧୫ ଭିତରେ କାମ ହେବ ବୋଲି ପ୍ରତିଶ୍ରୁତି ଦେଲେ, ହେଲେ କିଛି କାମ ହେଲା ନାହିଁ ବରଂ କାଦୁଅରେ ଯିବା ଆସିବା ହିଁ ସାର ହେଲା । ଜୁନ ମାସରେ ବର୍ଷା ଯୋଗୁଁ କେତେକ ଚାଷୀ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ନେବାକୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରାସ୍ତାରେ କାଦୁଅ ଯୋଗୁଁ ପଂଚାୟତ କାର୍ଯ୍ୟାଳୟ କିମ୍ବା ଡାକ୍ତରଖାନା ଯିବାକୁ ଲୋକେ ଇଚ୍ଛା କରୁନାହାନ୍ତି। ଘର ନିର୍ମାଣ ସାମଗ୍ରୀ ଆସିପାରୁ ନଥିବାରୁ ଜେମା ସାହୁ ଘର ତିଆରି କାମ ସମ୍ପୂର୍ଣ୍ଣ କରିପାରୁ ନାହାନ୍ତି । ଏପଟେ ଗୋଜିଆପଡା -ମୁଣ୍ଡରଗୁଡା ରାସ୍ତାରେ ମଧ୍ୟ ବର୍ଷାଦିନେ ଯିବା ଆସିବା କରିହୁଏ ନାହିଁ । ବର୍ଷା ଦିନେ ଗୋଜିଆପଡାବାସୀଙ୍କ ଦୁଃଖ ବଢି ଯାଉଥିବା ବେଳେ ତୁରନ୍ତ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |

 rajesh pande