ଚମ୍ପୁଆ, ୧୧ ଜୁଲାଇ (ହି.ସ.) - ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ପଂଚାୟତ କଇଁତା ଗ୍ରାମରେ ଜଣେ ଯୁବକ କୂଅରେ ପଡି ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ କଇଁତା ଗ୍ରାମର ଗଙ୍ଗା ମୁଣ୍ଡା ଗତକାଲି ରାତି ପ୍ରାୟ ସାଢ଼େ ଆଠଟା ସମୟରେ କୂଅ ଚାନ୍ଦିନୀ ଉପରେ ବସିଥିବାବେଳେ ଅସବାଧାନତା ବଶତଃ କୂଅରେ ପଡିଯାଇଥିଲେ । ଖବର ପାଇ ଚମ୍ପୁଆ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଗଙ୍ଗା ମୁଣ୍ଡାଙ୍କୁ ଉଦ୍ଧାର କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ
ହିନ୍ଦୁସ୍ଥାନ ସମାଚାର / Trinath Mahanta