ଭୁବନେଶ୍ୱର,୧୧ ଜୁଲାଇ (ହି.ସ.) - ଆଦାନୀଙ୍କ ପାଇଁ ରଥ ରୋକାଯାଇଥିଲା ବୋଲି ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ କଡା କାଉଂଟର କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ରାହୁଲ ଗାନ୍ଧି ଅବାନ୍ତର କଥା କହୁଛନ୍ତି । ବଳଭଦ୍ରଙ୍କ ରଥ ମୋଡ଼ ନେବା କାରଣରୁ ରଥ ଟଣା ବିଳମ୍ବ ହେଲା। ଆଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ। ସବୁ ବର୍ଷ ରଥ ୨ ଦିନରେ ଲାଗେ। କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି। କଂଗ୍ରେସ ସମ୍ବିଧାନ ହତ୍ୟା କରିଥିବା ଦଳ, ଏବେ ନାଟକ କରୁଛି ବୋଲି କହିଛନ୍ତି ପୃଥ୍ୱୀରାଜ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା