ଭୁବନେଶ୍ୱର,୧୧ ଜୁଲାଇ (ହି.ସ.) - ସମ୍ବିଧାନକୁ ରକ୍ତାକ୍ତ କରିଥିବା ଓ ବିପଦରେ ପକାଇଥିବା ଦଳ ହେଉଛି କଂଗ୍ରେସ। କଂଗ୍ରେସକୁ ତୀବ୍ର ସମାଲୋଚନା କରି ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି କଂଗ୍ରେସ ସମୟରେ ଜରୁରୀ ପରିସ୍ଥିତି ଘୋଷଣା କରି ସମସ୍ତଙ୍କ କଣ୍ଠରୋଧ କରାଗଲା। ରାଜନୈତିକ ଦଳକୁ ବ୍ୟାନ୍ କରାଗଲା, କର୍ମକର୍ତାଙ୍କୁ ଜେଲ୍ ରେ ପୂରାଇଲେ। ରାହୁଲଙ୍କ କଥା ଶୋ ଚୁହା ଖାକେ ବିଲି ହଜ୍ କୋ ଚଲି ଭଳି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା