ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି
-୩୧ଜଣଙ୍କୁ ୫୯ ସ୍ୱର୍ଣ୍ଣ ପଦକ ,୬୪୩ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ଭୁବନେଶ୍ୱର,୧୨ ଜୁଲାଇ (ହି.ସ.) -: ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତନ ସମାରୋହ ଉତ୍ସବରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଚଳିତ ମାସ ୧୪ ତାରିଖ, ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା
ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି


-୩୧ଜଣଙ୍କୁ ୫୯ ସ୍ୱର୍ଣ୍ଣ ପଦକ ,୬୪୩ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ

ଭୁବନେଶ୍ୱର,୧୨ ଜୁଲାଇ (ହି.ସ.) -: ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତନ ସମାରୋହ ଉତ୍ସବରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଚଳିତ ମାସ ୧୪ ତାରିଖ, ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ମରଣୀୟ ଉତ୍ସବରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ଛାତ୍ରଛାତ୍ରୀ, ଅଭିଭାବକ ତଥା ସମସ୍ତ ଏମ୍ସ ପରିବାରକୁ ଅନୁପ୍ରେରିତ କରିବା ନେଇ ମତରଖିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ।

ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରି ବାବୁ କମ୍ଭମ୍ପାଟି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ସାଂସଦ (ଲୋକସଭା), ଭୁବନେଶ୍ୱର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବେ ବୋଲି ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଚଳିତ ବର୍ଷ, ମୋଟ ୬୪୩ ଜଣ ସ୍ୱାସ୍ଥ୍ୟସେବା ବୃତିଗତଧାରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏହି ସୂଚୀରେ, ୧୯୬ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ୧୫୮ ଜଣ ବିଶେଷଜ୍ଞ(ପିଜି) ଡାକ୍ତର, ୪୯ ଜଣ ସୁପର ସ୍ପେଷିଆଲିଟି(ଡିଏମ୍‌/ଏମ୍ସିଏଚ୍‌), ୨୧ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ (ପିଡିଏଫ୍‌), ୧୧୬ ଜଣ ବିଏସ୍ସି ନର୍ସିଂ, ୬୨ଜଣ ବିଏସ୍ସି ପାରାମେଡିକାଲ୍‌, ୪୧ ଜଣ ଏମ୍‌ଏସସି ନର୍ସିଂ, ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ। ଅସାଧାରଣ ଶିକ୍ଷାଗତ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ, ୧୭ ଜଣ ଡାକ୍ତରୀ ଛାତ୍ରଛାତ୍ରୀ, ଜଣେ ଏମ୍ଡି/ଏମ୍‌ଏସ, ଜଣେ ଡିଏମ୍‌/ଏମ୍ସିଏଚ୍‌, ୩ ଜଣ ବିଏସ୍ସି ନର୍ସିଂ, ୭ ଜଣ ବିଏସ୍ସି ପାରାମେଡିକାଲ୍‌, ଦୁଇ ଜଣ ଏମ୍‌ଏସସି ନର୍ସିଂ ଛାତ୍ରଛାତ୍ରୀଙ୍କ ସମେତ ୩୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ।

ଏହି ଅବସରରେ ଡ. ପି.ଆର ମହାପାତ୍ର (ଡିନ୍‌), ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ୍ ସରକାର (ଡିଡିଏ), ଡ. ସୁଦୀପ୍ତ ରଞ୍ଜନ ସିଂହ (କୁଳସଚିବ), ଡ. ଦିଲ୍ଲୀପ କୁମାର ପରିଡ଼ା (ମେଡିକାଲ୍ ଅଧୀକ୍ଷକ), ଏବଂ ଡ. ବିକାଶ ଭାଟିଆଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande