ଚାରି ମହଲା ସ୍କୁଲ୍ ବିଲ୍ଡିଙ୍ଗରୁ ଡେଇଁ ଆତ୍ମହତ୍ୟା କଲା ଛାତ୍ର
କେନ୍ଦୁଝର, 12 ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତରେ ଚାରି ମହଲା ବିଶିଷ୍ଟ ସ୍କୁଲ୍ ବିଲ୍ଡିଙ୍ଗ ରୁ ଡେଇଁ ଆତ୍ମହତ୍ୟା କଲା ଛାତ୍ର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲରେ ଘଟିଛି ଏହି ଅଘଟଣ । ଚାରି ମହଲା ହଷ୍ଟେଲ ବିଲଡ
ଚାରି ମହଲା ସ୍କୁଲ୍ ବିଲ୍ଡିଙ୍ଗରୁ ଡେଇଁ ଆତ୍ମହତ୍ୟା କଲା ଛାତ୍ର


କେନ୍ଦୁଝର, 12 ଜୁଲାଇ (ହି.ସ.) - କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତରେ ଚାରି ମହଲା ବିଶିଷ୍ଟ ସ୍କୁଲ୍ ବିଲ୍ଡିଙ୍ଗ ରୁ ଡେଇଁ ଆତ୍ମହତ୍ୟା କଲା ଛାତ୍ର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲରେ ଘଟିଛି ଏହି ଅଘଟଣ ।

ଚାରି ମହଲା ହଷ୍ଟେଲ ବିଲଡିଂ ରୁ ଡେଇଁ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି । ଛାତ୍ର ଜଣକ ହେଲେ ଦଶମ ଶ୍ରେଣୀର କ୍ରୀଷ୍ଣା ପ୍ରଧାନ l ଉକ୍ତ ଛାତ୍ରର ଘର ଝାଡଖଣ୍ଡର ଖରସୁଆଁ ଠାରେ। ଛାତ୍ରର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପ୍ରକାଶ ଯେ ଆଜି ସକାଳ ପ୍ରାୟ ପାଞ୍ଚଟା ବେଳେ ଏହି ଘଟଣା ଘଟିଥିବା ନେଇ ସୂଚନା ଆତ୍ମହତ୍ୟା ବେଳର ଦୃଶ୍ୟ ସ୍କୁଲ୍ ସିସିଟିଭି ରେ କଏଦ ହୋଇଛି। ଖବର ପାଇଁ ଚମ୍ପୁଆ ପେlଲିସ ଓ ଚମ୍ପୁଆ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଂଚିଛନ୍ତିl ପେlଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande