ଭୁବନେଶ୍ୱର, 12 ଜୁଲାଇ (ହି.ସ.)
- ଆଜି ଓଡ଼ିଶାର ବିଦ୍ୱେଶି
ଖ୍ୟାତନାମା ସାହିତ୍ୟିକା ପ୍ରତିଭା ଶ୍ରୀମତୀ ବିଦ୍ୟୁତପ୍ରଭା ଦେବୀଙ୍କର ଆଜି
ଜନ୍ମଶତବାର୍ଷିକ କାର୍ଯ୍ୟକ୍ରମ ଆଜି ଓଡିଶାର ସାହିତ୍ୟ ଏକାଡେମୀ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି
କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ
ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମୋ ଭଳି ଓଡ଼ିଆ ସାହିତ୍ୟର ଅନୁରାଗି ବ୍ୟକ୍ତି
ନିଜକୁ ଧନ୍ୟ ଭାବୁଛି ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରିଛି। ଖୁବ କମ ବୟସ ବଞ୍ଚିଥିବା
ସ୍ୱଗୀୟ ବିଦ୍ୟୁତ ପ୍ରଭା ଦେବୀ ତାଙ୍କ ବାଲ୍ୟ ଅବସ୍ଥାରୁ ସାହିତ୍ୟ ପ୍ରତି ଅନୁଧ୍ୟାନ୍, ସମର୍ପଣ, ଆଜି ବି ସମସ୍ତଙ୍କୁ
ପ୍ରେରିତ କରୁଛି। ସେ ଆଧୁନିକ ପ୍ରଣୟ ସାହିତ୍ୟ, ତତ୍କାଳୀନ
ଦେଶର ସାମ୍ପ୍ରତିକ ପରିସ୍ଥିତି ଦେଖି ପ୍ରେରିତ
କବିତା, ଦେଶ ହିତ ପାଇଁ ଅନେକ ଲେଖା
ଲେଖିଛନ୍ତି। ସେ ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ। ଓଡିଶା ସରକାରଙ୍କୁ ଧନ୍ୟବାଦ ଏ
କାର୍ଯ୍ୟକ୍ରମ କରିବା ପାଇଁ। ବର୍ଷ ତମାମ
ଓଡ଼ିଶାର ଯେତେ ମହିଳା, ଝିଅ ମାନେ ସାହିତ୍ୟରେ
ରୁଚି ରଖୁଛନ୍ତି ସେମାନଙ୍କୁ ନେଇ ସବ ଡିଭିଜନାଲ ସ୍ତରରେ କାର୍ଯ୍ୟକ୍ରମ କରାଯାଉ। ବିଂଶ, ଉନ୍ନବିଂଶ ସମୟରେ
ଯେତେ ମହିଳା ସାହିତ୍ୟିକ ଅଛନ୍ତି ତାଙ୍କ ସମସ୍ତଙ୍କୁ ଆଦର୍ଶ ରୂପେ ନେଇ ମହିଳା ଓ ଝିଅ
ମାନେ ତାଙ୍କୁ ଦେଖି ପ୍ରେରଣା ପାଆନ୍ତୁ। ଏହା ସାହିତ୍ୟ ସମଜରେ ଆହୁରି ଗୋଟେ ପାଦ ଆଗକୁ ଯିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା