କଳାପଥର ବୋଝେଇ ଟ୍ରାକ୍ଟର ଜବତ : ଖସି ଯାଉଛନ୍ତି ବଡବଡିଆ
ଧର୍ମଶାଳା,୧୨ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ତହସିଲ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ବିଶେଷ କରି ବାଲି ଓ କଳାପଥର ଖାଦାନକୁ ନେଇ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଲୁଟେରାଙ୍କ ଉପରେ କିଛି ପ୍ରଭାବ ପଡୁନାହିଁ । କେବଳ ଲୋକ ଦ
କଳାପଥର ବୋଝେଇ ଟ୍ରାକ୍ଟର ଜବତ : ଖସି ଯାଉଛନ୍ତି ବଡବଡିଆ


ଧର୍ମଶାଳା,୧୨ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ତହସିଲ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି । ବିଶେଷ କରି ବାଲି ଓ କଳାପଥର ଖାଦାନକୁ ନେଇ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ଲୁଟେରାଙ୍କ ଉପରେ କିଛି ପ୍ରଭାବ ପଡୁନାହିଁ । କେବଳ ଲୋକ ଦେଖାଣିଆଭାବେ ଚଢାଉ କରାଯାଉଥିବା ଅଭିଯୋଗ ହୋଇଛି । ଏହି ତହସିଲ ଅନ୍ତର୍ଗତ ଡଙ୍କାରୀ ମୌଜାରେ ବେଆଇନ୍ ଭାବେ କଳାପଥର ଖନନ ଓ ପରିବହନ ହେଉଛି । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ପ୍ରଥମ ଥର ପାଇଁ ଖଣି ଅଧିକାରୀ ଚଢାଉ କରିଛନ୍ତି । ଖଣି ଅଧିକାରୀ ଡଙ୍କାରୀରେ ଚଢାଉ କରି କେବଳ ଗୋଟିଏ ଟ୍ରାକ୍ଟରକୁ ଜବତ କରିଛି । ଜବତ ହୋଇଥିବା ଟ୍ରାକ୍ଟରର ଡ୍ରାଇଭର ଟିପି ଦେଖାଇ ନ ପାରିବାରୁ ଏହାକୁ ଜେନାପୁର ପୋଲିସକୁ ହସ୍ତାନ୍ତରିତ କରାଯାଇଛି । ଦୈନଦିନ ଏହି ଡଙ୍କାରୀ ବେଆଇନ କଳାପଥର ଖାଦାନରୁ ଶହଶହ ହାଇୱା ଓ ଟ୍ରାକ୍ଟର ଦିନ ରାତି ଏକ କରି ଜିଲା ତଥା ଜିଲା ବାହାରକୁ ପରିବହନ ହେଉଥିବା ସମୟରେ ଏହି ଚଢାଉରେ କେବଳ ଗୋଟିଏ ଟ୍ରାକ୍ଟର ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଖଣି ଅଧିକାରୀ ଏହି ଅଂଚଳରେ ଚଢାଉ କରିବା ପୂର୍ବରୁ ବେଆଇନ ଲିଜ୍‌ଧାରୀ,ହାଇୱା ଓ ଟ୍ରାକ୍ଟର ମାଲିକଙ୍କୁ ଆଗୁଆ ସୂଚନା ଦେଇ କେବଳ ଲୋକ ଦେଖାଣିଆ ଚଢାଉ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande