ଜୟପୁର, 14 ଜୁଲାଇ (ହି.ସ.) ରାଜସ୍ୱ ଅମଲା ସଂଘର ଅନିଦ୍ଧିଷ୍ଟ କାଳ କାଯ୍ୟ ବନ୍ଦ ଆନ୍ଦୋଳନ ସ୍ଥଗିତ ରହିଛି । ମନ୍ତ୍ରୀ ଓ ବିଭାଗୀୟ ସଚିବ ଙ୍କ ପ୍ରତିଶ୍ରୃତି ପରେ ଆନ୍ଦୋଳନ ବନ୍ଦ ରହିଛି । ୮ ଦିନ ଭିତରେ ସମୁହ ଦାବି ପୁରଣ ହେବ ବୋଲି ପ୍ରତିଶ୍ରୃତି ମେଳିବା ପରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଛି । ଯଦି ଦାବି ପୁରଣ ନହୁଏ ତେବେ ଆସନ୍ତା ଅଗଷ୍ଟ ୮ ତାରିଖରୁ ପୁଣି ଆନ୍ଦୋଳନ କରାଯିବ । ଅଗଷ୍ଟ ୯ ଓ ୧୦ ତାରିଖ ଛୁଟି ଥିବାକୁ ୧୧ ତାରିଖରୁ ସମସ୍ତ ରାଜସ୍ୱ ଅମଲା କାଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି କୋରାପୁଟ ଜିଲା ରାଜସ୍ୱ ଅମଲା ସଂଘ ସଭାପତି ମନୋଜ କୁମାର ବାରିକ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । ଦାବି ନେଇ ଜୁଲାଇ ୭ ତାରିଖରୁ କଳା ବ୍ୟାଜ୍ ପରିଧ୍ୟାନ କରି ଆନ୍ଦୋଳନ ଓହ୍ଲାଇ ଥିଲେ ରାଜସ୍ୱ ଅମଲା । ୧୧ ତାରିଖ ଯାଏ କଳା ବ୍ୟାଜ ପରିଧ୍ୟାନ କରିଥିଲେ । ଯଦି ରାଜ୍ୟ ସରକାର ଦାବି ଗୁଡିକ ପୂରଣ ନ କରନ୍ତି ତେବେ, ଜୁଲାଇ ୧୪ ତାରିଖ ଠାରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ଚେତାବନୀ ଦେଇଥିଲେ । ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସ ପି୨୦୧୭ ନିୟମ ଅନୁଯାଇ ଲେବେଲ - ୯ କୁ ବୃଦ୍ଧି କରିବା । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮ / ୧୫. ୦୩. ୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ । ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମସିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ କରାଯାଇ । ଓଡ଼ିଶା ରାଜସ୍ୱ ସେବା ପଦ୍ଧତି ରେ ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ । ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀ ଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ସମେତ ଅନ୍ୟାନ୍ୟ ଦାବୀ ଗୁଡିକ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି