ନର୍ସିଂ ଛାତ୍ରୀକୁ ମାଡ ମାରି ବିଟେକ ଛାତ୍ର ଗିରଫ
ଜୟପୁର, ୧୪ ଜୁଲାଇ (ହି.ସ.) - ନର୍ସିଂ ଛାତ୍ରୀ କୁ ମାଡ ମାରି ରକ୍ତାକ୍ତ କରିଥିବା ଅଭିଯୋଗରେ ବିଟେକ ଛାତ୍ରକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁର ଜିଲା ଗୁରୁସିଂଙ୍ଗା ଗ୍ରାମର ସତ୍ୟଜିତ ସରକାର । ଗିରଫ ଅଭିଯୁକ୍ତ ଭୁବନେଶ୍ୱରରେ ବିଟେକ ପଢୁଥିବା ଜଣାଯାଇଛି। ସୂଚନା
ନର୍ସିଂ ଛାତ୍ରୀକୁ ମାଡ ମାରି ବିଟେକ ଛାତ୍ର ଗିରଫ


ଜୟପୁର, ୧୪ ଜୁଲାଇ (ହି.ସ.) - ନର୍ସିଂ ଛାତ୍ରୀ କୁ ମାଡ ମାରି ରକ୍ତାକ୍ତ କରିଥିବା ଅଭିଯୋଗରେ ବିଟେକ ଛାତ୍ରକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁର ଜିଲା ଗୁରୁସିଂଙ୍ଗା ଗ୍ରାମର ସତ୍ୟଜିତ ସରକାର । ଗିରଫ ଅଭିଯୁକ୍ତ ଭୁବନେଶ୍ୱରରେ ବିଟେକ ପଢୁଥିବା ଜଣାଯାଇଛି। ସୂଚନା ଅନୁଯାଇ ନବରଙ୍ଗପୁର ଅଂଚଳର ଜଣେ ଛାତ୍ରୀ ଜୟପୁର ନର୍ସିଂ କଲେଜରେ ପଢୁଥିଲେ । ଗିରଫ ଅଭିଯୁକ୍ତ ଜଣକ ଛାତ୍ରୀକୁ ମୁଖ୍ୟ ରାସ୍ତାରେ ମାଡ ମାରି ରକ୍ତାକ୍ତ କରିଥିଲେ । ସ୍ଥାନୀୟ ଲୋକେ ଦେଖି ଟାଉନ ପୋଲିସକୁ ଖବର ଦେଇଥିଲେ । ପୋଲିସ ସୂଚନା ପାଇ ଯୁବକକୁ ଗିରଫ କରି ଛାତ୍ରୀକୁ ଉଦ୍ଧାର କରଥିଲା। ଛାତ୍ରୀର ଅଭିଯୋଗ କ୍ରମେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande