ଧାମନଗର ମେଡିକାଲର ସମନିତ ପରୀକ୍ଷାଗାର ଏବଂ ନିଦାନ ଗୃହରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡିଗଲା
ଭଦ୍ରକ, ୧୪ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଧାମନଗର ମେଡିକାଲରେ ଥିବା ସମନିତ ପରୀକ୍ଷାଗାର ଏବଂ ନିଦାନ ଗୃହରେ ରବିବାର ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡି ଯାଇଛି। ସୋମବାର ସକାଳେ ପରୀକ୍ଷାଗାର କର୍ମଚାରି ଗୃହ ଖୋଲିବା ପରେ ଯନ୍ତ୍ରାଂଶ ପୋଡ଼ିଥିବାର ମେଡିକାଲ ଅଧିକ
DHAMNAGAR MEDICAL RE AGNIKANDA


ଭଦ୍ରକ, ୧୪ ଜୁଲାଇ (ହି.ସ.) - ଭଦ୍ରକ ଜିଲା ଧାମନଗର ମେଡିକାଲରେ ଥିବା ସମନିତ ପରୀକ୍ଷାଗାର ଏବଂ ନିଦାନ ଗୃହରେ ରବିବାର ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ପୋଡି ଯାଇଛି। ସୋମବାର ସକାଳେ ପରୀକ୍ଷାଗାର କର୍ମଚାରି ଗୃହ ଖୋଲିବା ପରେ ଯନ୍ତ୍ରାଂଶ ପୋଡ଼ିଥିବାର ମେଡିକାଲ ଅଧିକାରିଙ୍କୁ ସୂଚନା ଦେବାପରେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା, ରବିବାର ରାତି ରେ ବର୍ଷା ସହ ଘଡଘଡି ମାରିବା ଦ୍ୱାରା ଏପରି ଘଟଣା ଘଟିଥାଏ ବୋଲି ମେଡିକାଲ ଅଫିସର ମନ୍ମୟ କୁମାର ସାମନ୍ତ ସିଂହାର କହିଛନ୍ତି। ତେବେ ଦାୟିତ୍ୱରେ ଥିବା କର୍ମଚାରୀ ଯିବା ପୂର୍ବରୁ ପରୀକ୍ଷାଗାରର ଯନ୍ତ୍ରାଂଶ ଗୁଡ଼ିକରୁ ଲାଇନି କାଟି ନଥିଲେ କାହିଁକି। ଏହା କର୍ମଚାରିଙ୍କ ଅବହେଳା ନୁହେଁକି! ତେବେ ସେ ପରୀକ୍ଷାଗାର ମଧ୍ୟରେ ଜାଣିଶୁଣି ଲଗାଇ ଦିଆଯାଇ ପାରିଥାଏ ବୋଲି ସାଧାରଣରେ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି । ଏ ଦିଗରେ ବିଧିବଧ ତଦନ୍ତ କଲେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିବ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande